ସାଉଦି ଉର୍ଜା ମନ୍ତ୍ରୀଙ୍କ ସହ ଆଲୋଚନା କଲେ
କରୋନା ମୁକାବିଲା ପାଇଁ ମାସକର ଦରମା ଓ ସାଂସଦ ପାଣ୍ଠିରୁ ୧ କୋଟି ଦେଲେ
ଭୁବନେଶ୍ବର : କରୋନା ମହାମାରୀ ସତ୍ତ୍ବେ ସାଉଦି ଆରବରୁ ଭାରତକୁ ନିରନ୍ତର ତୈଳ ଯୋଗାଣ ଉପରେ କେନ୍ଦ୍ର େପଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀ ପ୍ରଧାନ ଆଜି ନୂଆଦିଲ୍ଲୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସାଉଦି ଉର୍ଜା ମନ୍ତ୍ରୀ ଏଚ୍ଆର୍ଏଚ୍ ପ୍ରିନ୍ସ ଅବଦୁଲାଜିଜ୍ ଓ ସାଉଦି ଆରାମକୋ ତୈଳ କମ୍ପାନିର ସଭାପତି ତଥା ସିଇଓ ଅମିନ ନାଜିରଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ବିଶ୍ବ େତୖଳ ବଜାରର ବିକାଶ ଓ ସାଉଦି ଆରବରୁ ଭାରତକୁ ନିରନ୍ତର ତୈଳ ଯୋଗାଣ ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନଗୁଡ଼ିକରେ ଦେଶର ଘରୋଇ ଆବଶ୍ୟକତା ଅନୁଯାୟୀ ଏଲ୍ପିଜି ଯୋଗାଣ କରିବାକୁ ସାଉଦିର ଉର୍ଜା ମନ୍ତ୍ରୀ ପ୍ରତିଶ୍ରୁତି େଦଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍ କରି ଜଣାଇଛନ୍ତି।
ଦେଶରେ କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ମାସକର ଦରମା ଓ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହି ଅର୍ଥ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍ କରି କହିଛନ୍ତି।