‘କୋଲକାତାରୁ ଇସ୍ପାତ କ୍ଷେତ୍ରରେ ପୂର୍ବୋଦୟର ଶୁଭାରମ୍ଭ’

ଭୁବନେଶ୍ୱର : କୋଲକାତାଠାରେ ସମନ୍ବିତ ଇସ୍ପାତ ହବ୍‌ ଜରିଆରେ ପୂର୍ବ ଭାରତର ରାଜ୍ୟଗୁଡିକର ବିକାଶ ପାଇଁ ପୂର୍ବୋଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପାଞ୍ଚ ଟ୍ରିଲିୟନ୍‌ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସ୍ବାଧୀନତା ସ˚ଗ୍ରାମ ହେଉ ବା ସାମାଜିକ ସ˚ସ୍କାର ଆନ୍ଦୋଳନ, ପୂର୍ବ ଭାରତ ସମଗ୍ର ଦେଶକୁ ନେତୃତ୍ବ ଦେଇଛି। ପୂର୍ବ ଭାରତରେ ଅସୀମ ସମ୍ଭାବନା ରହିଛି । ଏଠାରେ ବିପୁଳ ମାତ୍ରାରେ ପ୍ରାକୃତିକ ସମ୍ବଳ ଥିଲେ ସୁଦ୍ଧା ଦେଶର ଅନ୍ୟ ଭାଗ ତୁଳନାରେ ଏହି ଅଞ୍ଚଳ ସାମାଜିକ- ଆର୍ଥିକ ବିକାଶ କ୍ଷେତ୍ରରେ ପଛରେ ପଡିଛି। ତେଣୁ ସମନ୍ବିତ ଇସ୍ପାତ ହବ୍‌ ମାଧ୍ୟମରେ ଇସ୍ପାତ କ୍ଷେତ୍ରରେ ଦ୍ରୁତ ବିକାଶ ଜରିଆରେ ପୂର୍ବୋଦୟ ଏକ ନୂଆ ଅଧୢାୟ ସୃଷ୍ଟି କରିବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବଧୀନ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶ ପାଇଁ ସମ୍ପୂର୍ଣ ଧୢାନ ଦେଉଛନ୍ତି। ଦେଶରେ ଥିବା ଆକା˚କ୍ଷୀ ଜିଲ୍ଲାମାନଙ୍କ ମଧୢରୁ ଅଧା ଜିଲ୍ଲା ଏହି ଅଞ୍ଚଳର। ଏହି ଅଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଏକବି˚ଶ ଶତାବ୍ଦୀ ଜ୍ଞାନ ଓ ଟେକ୍ନୋଲଜିର ଶତାବ୍ଦୀ ହେବାକୁ ଯାଉଛି ା ନୂଆ ଟେକ୍ନୋଲୋଜି ଅର୍ଥନୀତି ଓ ସମାଜର ଆକାରକୁ ବଦଳାଉଛି। ପ୍ରସ୍ତାବିତ ସମନ୍ବିତ ଷ୍ଟିଲ୍ ହବ୍‌ ଓଡିଶା, ଝାଡଖଣ୍ତ, ଛତିଶଗଡ଼, ପଶ୍ଚିମ ବଙ୍ଗ, ଉତ୍ତର ଆନ୍ଧ୍ର ପ୍ରଦେଶର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବ ।

ସମ୍ବନ୍ଧିତ ଖବର