ଜାପାନର ପ୍ରମୁଖ ଇସ୍ପାତ କମ୍ପାନି ମୁଖ୍ୟଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା : ‘ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗୀଦାର ହେବ’
ଭୁବନେଶ୍ବର : ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଜାପାନର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନିର ମୁଖ୍ୟ ଓ ପ୍ରତିନିଧିମାନଙ୍କୁ ଭେଟି ବ୍ୟାବସାୟିକ ସମ୍ଭାବନା ଦିଗରେ ଆଲୋଚନା କରିବା ପରେ ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗୀଦାର ହେବ ବୋଲି କହିଛନ୍ତି ା ଏହାସହ ଶ୍ରୀ ପ୍ରଧାନ ଭାରତୀୟ ଇସ୍ପାତ ଶିଳ୍ପକୁ ଅଧିକ ସୁଦୃଢ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।
ଡେଡୋ, ନିପ୍ପାନ ଏବ˚ ଜେଏଫ୍ଇ ଓ ବିଭିନ୍ନ ଇସ୍ପାତ କମ୍ପାନିର ମୁଖ୍ୟ ଓ ପ୍ରତିନିଧିଙ୍କ ସହ ଆଲୋଚନାକାଳରେ ଶ୍ରୀ ପ୍ରଧାନ ନିକଟରେ ଭାରତ ସରକାରଙ୍କ କର୍ପୋରେଟ୍ ଟିକସ ହାର ହ୍ରାସ ପଦକ୍ଷେପ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ଉନ୍ନତି ତଥା ଭାରତରେ ବ୍ୟବସାୟ ଓ ପୁଞ୍ଜିନିବେଶ କରିବା କିପରି ନୂତନ କମ୍ପାନି ଓ ନୂଆ ପୁଞ୍ଜିନିବେଶକାରୀଙ୍କୁ ସହାୟକ ହୋଇଛି ତା’ ଉପରେ ଚର୍ଚ୍ଚା କରିଥିଲେ।
ଶ୍ରୀ ପ୍ରଧାନ ଡେଡୋ ଇସ୍ପାତ କମ୍ପାନିର ପ୍ରତିନିଧିଙ୍କୁ ସାକ୍ଷାତ କରି ଭାରତୀୟ ଇସ୍ପାତ ଶିଳ୍ପକୁ ଆହୁରି ମଜବୁତ୍ କରିବା ତଥା ବିଶେଷ ଭାବରେ ଟେକ୍ନୋଲୋଜି ହସ୍ତାନ୍ତରଣ ଏବ˚ ଇସ୍ପାତ ଉତ୍ପାଦନର ଦର ଉପରେ ଗୁରୁତ୍ବାରୋପ କରିଥିଲେ। ଡେଡୋ ବିଶ୍ବର ବୃହତ୍ତମ ସ୍ବତନ୍ତ୍ର ଇସ୍ପାତ ତିଆରି କରିବା କମ୍ପାନିଗୁଡିକ ମଧୢରେ ଅନ୍ୟତମ। ଏହା ଉଚ୍ଚକୋଟୀର ସାମଗ୍ରୀ, ଚୁମ୍ବକୀୟ ସାମଗ୍ରୀ, ଅଟୋମୋବାଇଲ୍ ଉଦ୍ୟୋଗ ଏବ˚ ଶିଳ୍ପଭିତ୍ତିକ ଉପକରଣର ମଧୢ କାରବାର କରେ। ବିଭିନ୍ନ ସହଯୋଗୀ କମ୍ପାନି ଏବ˚ ଯୁଗ୍ମ ଭେନ୍ଚରସ୍ କାରଣରୁ ଡେଡୋ ଇସ୍ପାତର ସ୍ଥିତି ଭାରତରେ ଭଲ ରହିଛି।
ସେହପରି ନିପ୍ପାନ ଇସ୍ପାତ ଉଦ୍ୟୋଗର ବିଶ୍ବ ବ୍ୟବସାୟିକ ବିକାଶ ଦଳର କାଟସୁହିରୋ ମିଆମୋଟୋ ଏବ˚ ତାଇସୁକ୍ ନୋମୁରାଙ୍କୁ ଭେଟିଛନ୍ତି ଶ୍ରୀ ପ୍ରଧାନ। ଗତିଶୀଳ ଅର୍ଥବ୍ୟବସ୍ଥା ଏବ˚ ଇସ୍ପାତ ବ୍ୟବହାର ସହ ଭାରତରେ ବଡ଼ ବଜାର ରହିଛି ା ନିପ୍ପାନ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛା ରଖିଥିବାବେଳେ ଏଥିପାଇଁ ଶ୍ରୀ ପ୍ରଧାନ ନିପ୍ପାନ କମ୍ପାନିକୁ ନିମନ୍ତ୍ରଣ କରିଛନ୍ତି ା ନିପ୍ପାନ୍ ବିଶ୍ବର ବୃହତମ ଇସ୍ପାତ ନିର୍ମାଣକାରୀମାନଙ୍କ କମ୍ପାନି ମଧୢରୁ ଅନ୍ୟତମ। ଏହା ନିର୍ମାଣ କ୍ଷେତ୍ର, ଅଟୋମୋବାଇଲ ଉଦ୍ୟୋଗ, ଲୋକୋମୋଟିଭ୍ ଏବ˚ ଜାହାଜନିର୍ମାଣ ପାଇଁ ଇସ୍ପାତ ଯୋଗାଇଥାଏ।
ଏତଦ ବ୍ୟତୀତ ଶ୍ରୀ ପ୍ରଧାନ ଜାପାନର ଜେଏଫ୍ଇ ଇସ୍ପାତର ଉପସଭାପତି ମାସାୟୁକି ହିରୋଜ୍ଙ୍କୁ ଭେଟିଛନ୍ତି। ଭାରତୀୟ ଇସ୍ପାତ କ୍ଷେତ୍ର ସହ ଜେଇଏଫ ଦୀର୍ଘକାଳୀନ ସହଯୋଗୀ ହୋଇଥିବା ବେଳେ ଏହି କମ୍ପାନି ଭାରତରେ ନିଜ ଉଦ୍ୟୋଗର ସ˚ପ୍ରସାରଣ କରିବା ପାଇଁ ଇଚ୍ଛୁକ ଅଛି। ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉତ୍କୃଷ୍ଟ ସ୍ଥାନ ହୋଇଥିବାବେଳେ ବୃହତ ବଜାର, ଚାହିଦା ଏବ˚ ଅନୁକୂଳଯୁକ୍ତ ବ୍ୟବସାୟିକ ପରିବେଶ ହୋଇଥିବାରୁ ଶ୍ରୀ ପ୍ରଧାନ ଭାରତରେ ଜେଇଏଫ୍ର ଇସ୍ପାତ ବୃଦ୍ଧି କରିବା ପାଇଁ ଜେଏଫ୍ଇ ଇସ୍ପାତର ଉପସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି।