ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ବର : ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ପ୍ରାଥମିକତା ପରିପ୍ରେକ୍ଷୀରେ ଅ‌ଷ୍ଟ୍ରେଲିଆରୁ ଏଲ୍‌ଏନ୍‌ଜି ଆମଦାନୀ ବଢ଼ିବାର ସମ୍ଭାବନା ରହିଛି। ଏନେଇ ଆଜି ନୂଆଦିଲ୍ଲୀରେ ଅଷ୍ଟ୍ରେଲିଆର ସମ୍ବଳ ମନ୍ତ୍ରୀ ମାଥ୍ୟୁ କାନ୍‌ଭାନ୍‌ଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆକୁ ଭାରତରେ ଅଧିକ ପୁଞ୍ଜିନିବେଶ ପାଇଁ ଆହ୍ବାନ ଦେବା ସହ ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ଅଷ୍ଟ୍ରେଲିଆ ମହତ୍ତ୍ବପୂର୍ଣ୍ଣ ଭୂମିକା ନେବ ବୋଲି କହିଥିଲେ।

ବୈଠକରେ ଶ୍ରୀ ପ୍ରଧାନ କହିଥିଲେ, ଦୁଇ ଦେଶ ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖିବା ତଥା ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି କରିବା ପାଇଁ କୋଇଲା, ଖଣିଜ, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ କ୍ଷେତ୍ର‌େର ଉଭୟ ମନ୍ତ୍ରଣାଳୟର ସମନ୍ବୟର ଅବାଶ୍ୟକତା ରହିଛି। ଅଷ୍ଟ୍ରେଲିଆ ମେ‌ର୍ଟାଲୋଜିକାଲ୍‌ କୋଇଲା ଆମଦାନୀ କରିବାରେ ଭାରତ ସର୍ବବୃହତ ଦେଶ। ତେଣୁ ଏକ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତ୍ତି ଦ୍ବାରା କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଉଭୟ ମନ୍ତ୍ରୀ ଆଗାମୀ ମାସ‌େର ଉର୍ଜ୍ଜା ସମ୍ବଳକୁ ଏକ ବିସ୍ତୃତ ଶୃଙ୍ଖଳା ଆଧାରରେ ନିର୍ମାଣ କରିବାକୁ ସହମତି ପ୍ରକାଶ କରିଥିଲେ। ଅର୍ଥ ବ୍ୟବସ୍ଥା ଉପରେ ଏହା ସୁପ୍ରଭାବ ପକାଇବ ବୋଲି ଉଭୟ ଆଶାପ୍ରକଟ କରିଥିଲେ। ଭାରତର ଉର୍ଜ୍ଜା ସୁରକ୍ଷାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆ ଏକ ବିଶ୍ବସନୀୟ ସହଯୋଗୀ ରାଷ୍ଟ୍ର ଭାବେ କାର୍ଯ୍ୟ କରିବ ବୋଲି ଅଷ୍ଟ୍ରେଲିଆ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର