ଆସାମର ବିଜେପି ସଭାପତି ନିର୍ବାଚନରେ ‌କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହେଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ଆସାମରେ ବିଜେପି ରାଜ୍ୟ ସଭାପତି ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ ନବନିର୍ବାଚିତ ସଭାପତି ରଞ୍ଜିତ କୁମାର ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ଆସାମରେ ଦଳର ସଂଗଠନ ବୃଦ୍ଧି ଓ ଜନସମର୍ଥନ ଆହୁରି ବଢ଼ିବ ବୋଲି ଆଶା ପ୍ରକଟ କରିଥିଲେ।

ଟ୍ବିଟ୍‌ କରି ଶ୍ରୀ ପ୍ରଧାନ କହିଲେ, ଯୁବ ଓ ଦକ୍ଷତାସମ୍ପନ୍ନ ରଞ୍ଜିତ କୁମାର ଦାସଙ୍କୁ ପୁନର୍ବାର ସଭାପତି ଭାବେ ଚୟନ କରାଯାଇଛି। ତାଙ୍କର ଅନୁଭବ ଓ ସାଂଗଠନିକ ଦକ୍ଷତା ଦ୍ବାରା ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢ଼ିବ। ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଓ ରାଜ୍ୟ ଅର୍ଥ ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ନେତୃତ୍ବରେ ଆସାମ‌େର ବିଜେପି ମଜବୁତ ହୋଇଛି ଓ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି। ଆସାମ ସମେତ ସାରା ପୂର୍ବ-ଉତ୍ତର ରାଜ୍ୟଗୁଡ଼ିକରେ ବିଜେପିର ଲୋକପ୍ରିୟତା ଓ ଦଳୀୟ ସଂଗଠନ ବୃଦ୍ଧି ପାଇଛି। ଆଗାମୀ ଦିନରେ ପୂର୍ବ-ଉତ୍ତର ରାଜ୍ୟଗୁଡ଼ିକରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବାର ଲକ୍ଷ୍ୟ ରହିଛି। ଏହି ଅବସରରେ ଶ୍ରୀ ପ୍ରଧାନ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କୁ ଭେଟିବା ସହ ରାଜ୍ୟରେ ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା କରି ଏହାର ଭିତ୍ତିଭୂମି ଉପରେ ଗୁରୁତ୍ବ ଦେଇଥିଲେ।

ସମ୍ବନ୍ଧିତ ଖବର