ଯିଏ ଜିତେ, ସିଏ ବଢ଼ିଚଢ଼ି କହିବା ସ୍ବାଭାବିକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆମେ ଯାହା ଭାବୁଥିଲୁ, ତାହା ହେଲାନି। ଆମେ ଜନାଦେଶକୁ ସ୍ୱୀକାର କରୁଛୁ। ଯିଏ ଜିତେ ସ୍ୱାଭାବିକ ଭାବେ ତାଙ୍କ ମନ ଖୁସି ଥାଏ। ସେ ଟିକେ ବଢି ଚଢି କହିବା ସ୍ବାଭାବିକ।
ମହିଳାଙ୍କୁ ଅପମାନ କଥା ଯିଏ ବି ଭିଡିଓ ବାର୍ତା ଦେଇ ମନ୍ତବ୍ୟ ଦେଇଛନ୍ତି ସେ ଭୁଲିବା ଉଚିତ ନୁହେଁ ବିଜେପି ସେଠି ୭୮ ହଜାର ଭୋଟ ପାଇଛି।ତା ଭିତରେ ମହିଳାଙ୍କ ଭୋଟ ବି ଅଛି। ଯେଉଁ ପ୍ରକାର ପ୍ରଜାତନ୍ତ୍ରରେ ଦମ୍ଭ ଦେଖେଇବା ଯାହାର ସ୍ଵଭାବ ସଂସ୍କାର ଯେମିତି ସେ ସେମିତି କହିବ। ଜିତିଥିବା ଲୋକ ଅଧିକ କହିବେ। ହାରିବା ଲୋକକୁ ସ୍ୱୀକାର କରିବାକୁ ପଡ଼ିବ, ମୁଁ କରୁଛି।
ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ଦେଶରେ ଆଜି ମହିଳା ସଶକ୍ତିକରଣର ବିଶ୍ୱସନୀୟ ବ୍ୟକ୍ତି ହେଲେ ମୋଦୀ। ମୋଦୀଙ୍କୁ ଲୋକ ଅଧିକ ଭରସା କରୁଛନ୍ତି, କରିବେ। ବିଧାନସଭାରେ ତଥ୍ୟ ଆସିଛି, ରାଜ୍ୟରେ ମହିଳାଙ୍କ ସ୍ଥିତି କଣ ଅଛି। ମୁଁ ଶୁଣୁଛି ଏଠି ଆଗୁଆ ନିର୍ବାଚନ ହେଇଯିବ। ନିର୍ବାଚନ ବହୁ ଦିନ ଅଛି ବହୁ କଥା ହେବ। ମହାନଦୀରେ ପାଣି ବହିବ, ବୈତରଣୀରେ ବି ବହିବ। ଆମେ ଏବେ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ। ୨୦୧୯ରେ ଲଢ଼ିଥିଲୁ। ଆମେ ପ୍ରମୁଖ ବିରୋଧୀ ଦଳ। ପଦ୍ମପୁର ଫଳାଫଳ ୨୦୨୪ ନିର୍ବାଚନରେ ପ୍ରଭାବ ପକେଇବ କି ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଖିବା କଣ ହେଉଛି।

ସମ୍ବନ୍ଧିତ ଖବର