ବରଗଡ଼ : ବିଜେପୁର ଉପନିର୍ବାଚନ ଲାଗି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଜ୍ୟ ଅଧ୍ୟକ୍ଷ ବସନ୍ତ ପଣ୍ଡା ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ଧରି ରୋଡ ସୋ’ କରୁଥିବାର ଦେଖିବାକୁ ମିଳୁଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଏନ୍ଏସି, ବରପାଲି ବ୍ଲକର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ଏସି ଅଞ୍ଚଳରେ ରୋଡ୍ ସୋ’ କରିଛନ୍ତି।
LIVE : Shri @dpradhanbjp's roadshow in Bijepur NAC.https://t.co/gNISETjpdq
— BJP Odisha (@BJP4Odisha) October 18, 2019
ଠିକ୍ ସେହିପରି ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବି ବିଜେପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି। ତାଙ୍କ ସହ କେ ଭି ସିଂଦେଓ ଓ ଅନ୍ୟ ତୁଙ୍ଗନେତା କିଛି ସମୟ ପରେ ବିଜେପୁରରେ ରୋଡ ସୋ’ କରିବେ ବୋଲି ଜଣାଯାଇଛି। ବରପାଲିର ମହଦା ତେଜଙ୍ଗ ଓ ଗାଇସିଲଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରଚାର କରୁଛନ୍ତି।
ଅପରପକ୍ଷରେ ବିଜେପୁର ଉପନିର୍ବାଚନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ବସରେ ତାଲପାଲି, କେନ୍ଦୁଭଟା ଛକ, ଗୌରମୁଣ୍ଡା ଛକ, ଗାଇସିଲାଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଲପାଟ, ଭଂଗାମୁଣ୍ଡା, ଡାଂଗବାହାଲ, ସରଧାପାଲି, କରଂଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁଦେରପାଲି ପର୍ଯ୍ୟନ୍ତ ରୋଡ୍ ସୋ’ କରୁଥିବା ଜଣାଯାଇଛି।