୨୦୨୦-୨୧ ବଜେଟ : ରୋଜଗାର ବଢ଼ିବ, ବିକଶିତ ରାଜ୍ୟ ଅନେକ ସୁବିଧା ପାଇବେ ବୋଲି ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ ଉପସ୍ଥାପନାକୁ ନେଇ କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରତ୍ୟେକ୍ଷ ଓ ପରୋକ୍ଷ କରରେ ଜନତାଙ୍କୁ ଲାଭ ମିଳିବ। ଏଥିସହିତ ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ନିବେଶରେ ସରଳୀକରଣ ହେବ। ଏତଦ୍‌ ଦ୍ୱାରା ରୋଜଗାର ବଢ଼ିବ । ଫଳରେ ବିକଶିତ ରାଜ୍ୟ ଏ ନେଇ ଅନେକ ସୁବିଧା ପାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ବଜେଟ ଉପସ୍ଥାପନ କରି ନିର୍ମଳା ସୀତାରମଣ କହିଛନ୍ତି ଯେ ଏଥିରେ ଦେଶର ସବୁ ବର୍ଗଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ଚେଷ୍ଟା କରାଯାଇଛି । ଦେଶର ଲୋକମାନଙ୍କ ଆୟ ବୃଦ୍ଧି ମାଧ୍ୟମରେ ସାମଗ୍ରିକ ଭାବେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଏହି ବଜେଟ ଉପସ୍ଥାପନ ମୋଦୀ ସରକାରଙ୍କର ୨ୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣଙ୍ଗ ବଜେଟ  ହୋଇଥିବା ବେଳେ ବ୍ୟକ୍ତିଗତଭାବେ ମଧ୍ୟ ନିର୍ମଳାଙ୍କର ଏହା ଦ୍ବିତୀୟ ବଜେଟ।

ସମ୍ବନ୍ଧିତ ଖବର