ଏୟାର ଓଡିଶା କମ୍ପାନିକୁ ଖରାପ ଦର୍ଶାଇ ଆବଶ୍ୟକ ପଡ଼ିଲେ ଏହାର ଲାଇସେନ୍‌ସକୁ ବାତିଲ କରାଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- ନୂଆଦିଲ୍ଲୀ ବିମାନ ଝାରସୁଗୁଡା ଦେଇ ଉଡିବ !

ଭୁବନେଶ୍ୱର: ଏୟାର ଓଡିଶା ଏକ ଖରାପ କମ୍ପାନି ବୋଲି ଦର୍ଶାଇ ଆବଶ୍ୟକ ପଡିଲେ ଏହାର ଲାଇସେନ୍‌ସକୁ ବାତିଲ କରାଯିବା ନେଇ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କହିଛନ୍ତି । ଝାରୁସୁଗୁଡା ବିମାନବନ୍ଦର ପାଇଁ ଆଉଥରେ ଟେଣ୍ଡର ହେବ । ଏନେଇ ସ୍ୱାଇସ୍‌ ଜେଟ୍‌ ବିମାନ କର୍ତୃପକ୍ଷଙ୍କ ସହ କଥାବାର୍ତ୍ତା ଚାଲଛି । ଭୁବନେଶ୍ୱରରୁ ଝାରୁସୁଗୁଡା ଓ ଝାରୁସୁଗୁଡାରୁ ବାହାର ରାଜ୍ୟକୁ କିପରି ବିମାନ ଚଳାଚଳ ହୋଇପାରିବ ସେ ଦିଗରେ ପଦକ୍ଷେପ ମଧ୍ୟ ନିଆଯାଉଛି।

ସେପେଟମ୍ବର ୨୨ରେ ଝାରୁସୁଗୁଡା ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହାପରେ ବିଭିନ୍ନ କାରଣରୁ ଏହି ବିମାନବନ୍ଦରରୁ ବିମାନସେବା ବାଧାପ୍ରାପ୍ତ ହୋଇଛି । ଗତ ଅକ୍ଟୋବର ୬ ତାରିଖରୁ ଏଠାରୁ ଏୟାର ଓଡିଶା ବିମାନ ଉଡାଣ କରି ନାହିଁ । ଏହା ପଶ୍ଚିମ ଓଡିଶାବାସୀଙ୍କ ଭାବନାକୁ ଆଘାତ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଉଡାଣ ସମେତ ବାଣିଜିକ ବିମାନ ଉଡାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ଏପରି କି ଭୁବନେଶ୍ୱର- ନୂଆଦିଲ୍ଲୀ ବିମାନ ଝାରସୁଗୁଡା ଦେଇ ଉଡିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ହେବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ତେଣୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର