ବାହାରେ ଫସିଥିବା ଓଡ଼ିଆଙ୍କ ସମସ୍ୟା ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା, ଭିଡିଓ କନ୍‌ଫରେନ୍ସିଂରେ ଦଳୀୟ ନେତାଙ୍କ ସହ କଥା ହେଲେ

ଭୁବନେଶ୍ବର : ଓଡ଼ିଶାରେ ବାହାରେ ଲକ୍ଷାଧିକ ଓଡ଼ିଆ ଫସିଯାଇଛନ୍ତି। ବିଭିନ୍ନ ରାଜ୍ୟରେ ସେମାନେ ଖାଇବାକୁ ରହିବାକୁ ନ ପାଇ ହଇରାଣ ହେଉଥିବା ସମ୍ପର୍କରେ ଜଣାପଡ଼ିଲା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ସହ ସେ ଭିଡିଓ କନ୍‌ଫ‌େରନ୍ସିଂ ଯୋଗେ ଆଲୋଚନା କରିଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଓଡ଼ିଶାର ଭାଇ, ଭଉଣୀମାନେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓ ସେମାନଙ୍କର ରହିବା, ଖାଇବା, କରୋନା ସତର୍କତା ଓ ସୁରକ୍ଷା ନେଇ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ଜରୁରୀ। ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ବି‌େଶଷ ଭାବେ ଶ୍ରମିକମାନଙ୍କର ତାଲିକା ଓ ଫୋନ୍ ନମ୍ବର ପ୍ରସ୍ତୁତ କରି ସେମାନଙ୍କ ସହ ଯୋଗାଯୋଗ ରଖାଯାଉଛି। ତାଙ୍କ ମନ୍ତ୍ରଣାଳୟର ଅଫିସ୍‌ ଓ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସ୍‌ରୁ ସଂପୃକ୍ତ ରାଜ୍ୟ ପ୍ରଶାସନ ବିଶେଷ ଭାବେ ଜିଲ୍ଲାପାଳମାନଙ୍କ ସହ ‌େଯାଗାଯୋଗ କରାଯାଉଛି। ସମସ୍ତଙ୍କୁ ଯେପରି ଖାଦ୍ୟ ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ, ସେଥି ପାଇଁ ଆମେ ଯତ୍ନବାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର