ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସମ୍ବିଧାନର ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀରେ ଭୁବନେଶ୍ୱର ଏଜି ଛକରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ରାଜ୍ୟରେ କରୋନା ଟିକାର ଅଭାବ ନେଇ ତାଙ୍କ ପ୍ରତିକ୍ରିୟା ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି । ଟିକା ଅଭାବ ଯୋଗୁଁ ରାଜ୍ୟରେ ଜଟିଳ ପରିସ୍ଥିତି ଦେଖା ଦେଇଛି ।

ଟିକା ଅଭାବରୁ ମଙ୍ଗଳବାର ରାଜ୍ୟର ୧୧ ଜିଲ୍ଲାର ୯୮୧ଟି କେନ୍ଦ୍ରରେ ଟିକା ଦିଆଯାଇ ନାହିଁ । ତେବେ ପ୍ରତିକ୍ରିୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅତି କଡା ଶବ୍ଦରେ ନିନ୍ଦା କରି କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ସାରା ଭାରତରେ ୧୧ କୋଟି କରୋନା ଟିକାରୁ କେବଳ ଓଡିଶାକୁ ୪୫ ଲକ୍ଷ ଟିକା ଆସିଛି ।

ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଟିକାର ଅଭାବ କଥା ଭାବୁନଥିବାବେଳେ ସ୍ୱାସ୍ଥ୍ୟ ସଚିବ ଟିକା ଅଭାବ ନେଇ ଅଭିଯୋଗ କରୁଥିବା ସେ କହିଛନ୍ତି । କରୋନାର ପ୍ରଥମ ଲହର ବେଳେ ଟିକା ନଥିଲା । ଏବେ ଟିକାର ଅଭାବ ନଥିବା ଯୁକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧିତ ଖବର