ଦ୍ୱିତୀୟ କୋଣାର୍କ ଉଦ୍ୟମକୁ ସମର୍ଥନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ରାଜ୍ୟସଭାକୁ ମନୋନୀତ ହେଲା ପରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ସହ ବହୁ ବିଜେପି ନେତା ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଥିଲେ, ରଘୁନାଥ ମହାପାତ୍ରଙ୍କ ଦ୍ୱିତୀୟ କୋଣାର୍କ ମନ୍ଦିର ପରିକଳ୍ପନାକୁ ସମର୍ଥନ କରୁଛି। ସମଗ୍ର ଭାରତବାସୀ ତାଙ୍କର ଏହି ଉଦ୍ୟମକୁ ସମର୍ଥନ କରିବେ। ଶ୍ରୀ ମହାପାତ୍ର ଜଣେ ଅନନ୍ୟ ଶିଳ୍ପୀ। ତାଙ୍କ ପରି ଜଣେ ସ୍ଥପତି ଓ ସୋନାଲ ମାନସିଂହଙ୍କ ପରି ଜଣେ ବିଶିଷ୍ଟ ନୃତ୍ୟଶିଳ୍ପୀଙ୍କୁ ରାଜ୍ୟସଭାକୁ ମନୋନୀତ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଆ ଲୋକ, ସାହିତ୍ୟ, ମନ୍ଦିର କଳା, ମୂର୍ତ୍ତି କଳା ଓ ନୃତ୍ୟ କଳାକୁ ସ୍ୱୀକୃତି ଦେଇଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏପରି ସ୍ୱୀକୃତି ପ୍ରତିଟି ଓଡ଼ିଆ ପାଇଁ ଗର୍ବର ବିଷୟ ବୋଲି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଓ ଶ୍ରୀ ମହାପାତ୍ର ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର