ବିଜେଡିର ଏକଛତ୍ରବାଦୀ ଭାବନା ସ୍ପଷ୍ଟ ହୋଇଛି : ଧର୍ମେନ୍ଦ୍ର

ଭୁବନେଶ୍ବର : ଚାଷୀମାନଙ୍କୁ ଭୁବନେଶ୍ବରକୁ ଆସିବାକୁ ବାରଣ କରିବା ଘଟଣାରେ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଏହା ବିଜେଡିର ଏକଛତ୍ରବାଦୀ ଭାବନାକୁ ସ୍ପଷ୍ଟ କରୁଛି। ଲମ୍ବା ସମୟ ଶାସନ କଲେ ଅହଙ୍କାର ଓ ସ୍ବେଚ୍ଛାଚା‌ରିତା ଭିନ୍ନମତକୁ ପ୍ରତିହତ କରିବାର ମାନସିକତା ତିଆରି କରେ। ଯଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆନ୍ନା ହଜାରେଙ୍କୁ ଦେଖାକରିପାରିଲେ, ତେବେ ଏଠି ମୁଖ୍ୟମନ୍ତ୍ରୀ କାହିଁକି ଚାଷୀ ନେତାଙ୍କ ସହ କଥା ହୋଇପାରିବେ ନାହିଁ?  ଶ୍ରୀ ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ନିଜର ଦାବି ଓ ପକ୍ଷ ରଖିବା ସମସ୍ତଙ୍କର ଅଧିକାର। ରାଜଧାନୀକୁ ନିଜର ଦାବି ପାଇଁ ଆନ୍ଦୋଳନ କରିବାକୁ ଆସୁଥିବା ଚାଷୀମାନଙ୍କୁ ସହର ଭିତରକୁ ପ୍ରବେଶ ପାଇଁ ଛଡ଼ା ନ ଯିବା ଓ ଚାଷୀ ନେତାଙ୍କୁ ଗିରଫ କରାଯିବା ସର୍ବନିମ୍ନ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ।

ସମ୍ବନ୍ଧିତ ଖବର