ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଲୋକେ ଭରସା କରିବା କ’ଣ ଭୁଲ୍‌ ଥିଲା?, ସ୍ଥାନୀୟ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତାରିତ କରିଛନ୍ତି, ‘ମୋ ସରକାର’ ପୂର୍ବରୁ ସରକାର କାହାର ଥିଲା: ଦୁର୍ନୀତିଗ୍ରସ୍ତଙ୍କର ନା ଚିଟ୍‌ଫଣ୍ଡ ଚୋରମାନଙ୍କର?

ବରଗଡ଼/ଗାଇସିଲାଟ୍‌/ ଭୁବନେଶ୍ବର : ବିଜେପୁର ଦାୟିତ୍ବ େନବା କଥା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ େଲାକମାନଙ୍କୁ ପ୍ରତାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା କ’ଣ ବିେଜପୁର ବାସୀଙ୍କର ଭୁଲ ନିଷ୍ପତ୍ତି ଥିଲା? ଏବେ ‘ମୋ ସରକାର’ କଥା କୁହାଯାଉଛି। ‘ମୋ ସରକାର’ ପୂର୍ବରୁ ଥିବା ସରକାର ଦୁର୍ନୀତିଗ୍ରସ୍ତ େଲାକଙ୍କର ନା ଚିଟଫଣ୍ଡ େଚାରମାନଙ୍କର ଥିଲା?

ଆଜି ଏମିତି କଠୋର ଶଦ୍ଦ ଫିଙ୍ଗି େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ନିର୍ବାଚନ ପରଠାରୁ ଅସମ୍ଭବ ନିରବ ଥିବା ଧର୍ମେନ୍ଦ୍ର ଆଜି ପୁରୁଣା ଢଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାେଲାଚନା କରିଥିଲେ। ସିଧା ସିଧା ପଚାରିଥିଲେ, ମୁଖ୍ୟମନ୍ତ୍ରୀ କୁହନ୍ତୁ କାହିଁକି ହିଞ୍ଜିଳି ଆସନରୁ ନ ଓହରି ବିଜେପୁର ଆସନ ଛାଡିଲେ?

ପୂଜା ଛୁଟି ପରେ ବିଜେପୁର ଉପନିର୍ବାଚନ ପ୍ରଚାର ସରଗରମ େହାଇଛି। ଏହି କ୍ରମରେ ଆଜି େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପୁର ଯାଇ ଦିନିକିଆ ତୋଫାନୀ ଗସ୍ତ କରିଥିଲେ। ସ୍ଥାନୀୟ ତାଲପାଲିଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବିଜେପୁରବାସୀଙ୍କ ଉପରେ ଜାଣିଶୁଣି ଏକ ଉପନିର୍ବାଚନ ଲଦି ଦିଆଯାଇଛି। ମୁଖ୍ୟମନ୍ତ୍ରୀ କାହିଁକି ଏଠାରୁ ପ୍ରାର୍ଥୀ ହେଲେ ଏବଂ ପୁଣି କାହିଁକି ଏହି ଆସନ ଛାଡ଼ିଲେ, ତାହା ବୁଝା ପଡ଼ୁନାହିଁ। ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ୍‌ ଦେଲେ। ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା କଣ ଭୁଲ? ଯଦି ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦରଦ ଥିଲା, ସେ ଚାହିଁଥିଲେ ହିଞ୍ଜିଳିକାଟୁ ଆସନ ଛାଡ଼ି ଦେଇଥାନ୍ତେ। ମୁଖ୍ୟମନ୍ତ୍ରୀ ବିଜେପୁର ବିକାଶ କଥା ନିଜେ ବୁଝିବି ବୋଲି ଗତ ଉପନିର୍ବାଚନ ବେଳେ କହିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ସମଲେଇଙ୍କ ପାଖରେ ଶପଥ ନେଇ କୁହନ୍ତି, ସେ ଏଠାରେ କ’ଣ କରିଛନ୍ତି?

ଶ୍ରୀ ପ୍ରଧାନ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଅନୁଗାମୀମାନେ ଏବେଠୁ କହିଲେଣି, ଏଥର ଭୋଟ କମିବ କିନ୍ତୁ ଆମେ ଜିତିବୁ। ଏପରି ଅହଙ୍କାରର ଦମ୍ଭୋକ୍ତି ଦେଖାଉଥିବା େଲାକଙ୍କର ଦୀପ ଜଳିବାର ସମୟ ଆସିଛି। ଲିଭିବା ବେଳେ ଦୀପ େଜାରରେ ଜଳେ ବୋଲି ସେ କଟାକ୍ଷ କରିଥିଲେ।

େକନ୍ଦ୍ରମନ୍ତ୍ରୀ କହିଥିଲେ, କାଳିଆ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ଏବଂ ଗାଇସିଲାଟ୍‌ର ନେତା ପ୍ରଣୟ ସାହୁଙ୍କ ନାମରେ କାଳିଆ ଯୋଜନାର କାର୍ଡ ନେଇଥିବା ଅଭିଯୋଗ େହାଇଛି। ରାଜ୍ୟ ସରକାର ଏବେ ‘ମୋ ସରକାର ଯୋଜନା ଆରମ୍ଭ କରି ନିଜକୁ ସ୍ବଚ୍ଛ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ପୂର୍ବରୁ ତାଙ୍କ (ବିଜେଡି) ସରକାର ସ୍ବଚ୍ଛ ନଥିଲା କି? ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଚିଟ୍‌ଫଣ୍ଡ, ଖଣି ସମେତ ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିଲେ। ଏବେ ଏଥିରୁ ଦୂରେଇ ରହିବା ପାଇଁ ‘ମୋ ସରକାର’ ଯୋଜନା କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ।

ଏହି ସଭାରେ ସାଂସଦ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପସଭାପତି ଅଶ୍ବିନୀ ଷଡ଼ଂଗୀ, ବିଧାୟିକା କୁସୁମ ଟେଟେ, ବିଧାୟକ ମୁକେଶ ମହାଲିଂଗ, ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଉପାଧ୍ୟକ୍ଷ ମଦନ ଦୀପ, ସୁଶାନ୍ତ ମିଶ୍ର, ଜିଲ୍ଲା ସଭାପତି ଅରୂପା ସାହୁ ପ୍ରମୁଖ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ। ଏହାପ‌ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପଥର୍ଲା, ସାଇପାଲି, ମହୁଲପାଲି, ଖରମୁଣ୍ଡା, ବୈରାଖପାଲିରେ ରୋଡ୍‌ ସୋ କରିବା ପରେ ବରପାଲି ବ୍ଲକ ଆଗଲପୁରରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର