ଭୁବନେଶ୍ବର : ଗୁରୁବାର ପୂର୍ବାହ୍ନରେ ମାହାଙ୍ଗାରେ ଆୟୋଜିତ ସଭାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ବିଏସ୍ଏନ୍ଏଲ୍ ଭବନ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭର୍ଚୁଆଲ୍ ମୋଡ୍ରେ ଯୋଗ ଦେଇଥିଲେ। ସେଥିରେ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାର ସୁଯୋଗକୁ ହାତଛଡ଼ା କରି ନ ଥିଲେ।
ସେ କହିଥିଲେ ଯେ ରାଜ୍ୟ ସରକାର ବର୍ତ୍ତମାନ ‘ମୋ ସରକାର’ କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଯଦି ବର୍ତ୍ତମାନ ମୋ ସରକାର; ତେବେ ଗତ ୧୫-୨୦ ବର୍ଷ ଧରି ବିଜେଡି ଯୋଉଁ ଶାସନ କରିଛି ତାହା କାହା ସରକାର ? ସେହିପରି ବୁଧବାର ଦିନ ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍କୁ ଫ୍ଲାଏ ଓଭରରେ ୨୦ମିନିଟ୍ ଅଟକା ଯିବା ବିରୋଧୀଙ୍କ ଷଡ଼୍ଯନ୍ତ୍ର ଥିଲା ବୋଲି ସେ କହିଥିଲେ। ଏଥିପାଇଁ ଆଜି ପୁରୀ ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ଶ୍ରୀଲିଙ୍ଗରାଜ, ତାରିଣୀ ପୀଠ ସମେତ ସମସ୍ତ ଦେବଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ପ୍ରଧାନମନ୍ତ୍ରୀଙ୍କ ଶୁଭ କାମନା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Dharmendra-Pradhan-696x392-1.jpg)