ଭୁବନେଶ୍ବର : ତିତଲି ଓ ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ପ୍ରଥମେ ସେ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଅଞ୍ଚଳ ଯିବେ। ସେଠାରେ ସେ ଦୁର୍ଗଙ୍କୁ ଭେଟିଲା ପରେ ରାୟଗଡ଼ ବ୍ଲକ୍ର ଅନ୍ୟ ପଞ୍ଚାୟତ ଯିବେ। ତାହା ପରେ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ଯାଇ ଦୁର୍ଗଙ୍କ ସହ ଆଲୋଚନା କରିବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଗସ୍ତ କରୁଥିବାରୁ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଆଜି ବାରଘର ଯିବେ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2018/10/dha.jpg)
/sambad/media/agency_attachments/2024-07-24t043029592z-sambad-original.webp)