ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ଦିନିଆ ମଙ୍ଗୋଲିଆ ଗସ୍ତ
ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭ ତାରିଖ ଠାରୁ ତିନି ଦିନିଆ ମଙ୍ଗୋଲିଆ ଗସ୍ତରେ ଯିବେ। ତାଙ୍କ ସହ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ବ୍ୟାବସାୟିକ ପ୍ରତିନିଧି ଦଳ ଏହି ଗସ୍ତରେ ସାମିଲ ହୋଇଛନ୍ତି। ଗସ୍ତ କାଳରେ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତର ପୁଞ୍ଜିନିବେଶରେ ମଙ୍ଗୋଲିଆରେ ନିର୍ମିତ ମଙ୍ଗୋଲ ତୈଳ ବିଶୋଧନ ପ୍ରକଳ୍ପକୁ ଅକ୍ଟୋବର ୮ ତାରିଖରେ କେନ୍ଦ୍ର ମନ୍ତ୍ରୀ ବୁଲି ଦେଖିବା ସହ ଶେଷ ହୋଇଥିବା କାମର ଲୋକାର୍ପଣ କରିବେ। ଭାରତ-ମଙ୍ଗୋଲିଆ ମିଳିତ ଉଦ୍ୟମରେ ଏହି ଦେଶରେ ତୈଳ ବିଶୋଧନାଗାର ନିର୍ମାଣ ତଥା ରେଳ, ଖଣି, କୁକିଂ କୋଲ୍ ଆଦି ବିକାଶ ପ୍ରସଙ୍ଗରେ ସେଠାକାର ଖଣି ଓ ଭାରୀ ଶିଳ୍ପ ମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୫ ମସିହାର ମଙ୍ଗୋଲିଆ ଗସ୍ତ କାଳରେ ୧.୨୩୬ ମିଲିୟନ୍ ଆମେରିକୀୟ ଡଲାର୍ ଭାରତୀୟ ପୁଞ୍ଜିନିବେଶରେ ମଙ୍ଗୋଲିଆ ତୈଳ ବିଶୋଧନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କର ୨୦୧୬ ସେପ୍ଟେମ୍ବର ମାସରେ ଭାରତ ଗସ୍ତ ବେଳେ ଏହି ପୁଞ୍ଜିନିବେଶର ପରିମାଣକୁ ବୃଦ୍ଧି କରାଯାଇଥିଲା। ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଇଞ୍ଜିନିୟର୍ସ ଇଣ୍ଡିଆ ଏହି ପ୍ରକଳ୍ପ ନିର୍ମାଣର ବୈଷୟିକ ସହାୟତା ଯୋଗାଇ ଦେଉଛି।