ଋଷ ଓ ଜାପାନ ଗସ୍ତରେ ଯିବେ ଧର୍ମେନ୍ଦ୍ର

ଭୁବନେଶ୍ବର : ଆସନ୍ତା ୨୨ରୁ ଋଷ ଓ ଜାପାନକୁ ୫ ଦିନିଆ ଗସ୍ତରେ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ଓ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ତାଙ୍କ ସହ ଏହି ଗସ୍ତରେ ସାମିଲ ହେବେ।

ଗତ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ଭ୍ଲାଡିଭୋଷ୍ଟୋକ ଇକୋନୋମିକ୍ ଫୋରମ୍ ବୈଠକରେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନ ଭ୍ଲାଡିଭୋଷ୍ଟୋକରେ ଆସନ୍ତାକାଲି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ରହି ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ହୋଇଥିବା ଆଲୋଚନାକୁ ଆଗେଇ ନେବା ପାଇଁ ପାଇଁ ପଦ‌େକ୍ଷପ ନେବେ। ଋଷର ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବ୍ୟବସାୟୀ ଗୋଷ୍ଠୀଙ୍କ ସହ ମନ୍ତ୍ରୀଙ୍କର ଆଲୋଚନାର କରିବାର କାର୍ଯ୍ୟକ୍ରମ ରହିଛି। ଜେଭେଡ଼ାର ଜାହାଜ ପ୍ରସ୍ତୁତି ପ୍ରକଳ୍ପ, ଋଷର ପୂର୍ବାଞ୍ଚଳର ତୈଳ ଓ ଗ୍ୟାସ ପ୍ରକଳ୍ପ ବୁଲି ଦେଖିବା ସହ କୁକିଂ କୋଲ୍‌ ଓ ପରିବହନ ପଥ ସମ୍ପର୍କରେ ଆଲୋଚନାର ହେବାର ସମ୍ଭାବନା ରହିଛି। ଓଏନ୍‌ଜିସି ଋଷର ଗ୍ୟାସ୍‌ କ୍ଷେତ୍ରରେ ସାଖାଲିନ୍-୧ ପ୍ରକଳ୍ପରେ ସବୁଠାରୁ ବଡ଼ ପୁଞ୍ଜିନିବେଶ କରିଛି। ଏହି ପ୍ରକଳ୍ପର ଅଗ୍ରଗତି ଓ ଓଏନ୍‌ଜିସିର ଭୂମିକା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା କରିବେ। ଜାପାନର ଅର୍ଥନୀତି, ବ୍ୟବସାୟ ଓ ଶିଳ୍ପ ମନ୍ତ୍ରୀଙ୍କ ଅନୁରୋଧକ୍ରମେ ଶ୍ରୀ ପ୍ରଧାନ ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇ ଦିନ ଟୋକିଓରେ ଅବସ୍ଥାନ କରିବା ସହ ସେଠାରେ ହେବାକୁ ଥିବା ବିଶ୍ବ ଇସ୍ପାତ ସମ୍ମିଳନୀରେ ଯୋଗ ଦେବେ। ଭାରତ ଓ ଜାପାନ ମଧ୍ୟରେ ଶକ୍ତି ‌େକ୍ଷତ୍ରରେ ସହଯୋଗ ନେଇ ଜାପାନର ଶକ୍ତି ମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିବେ।

ସମ୍ବନ୍ଧିତ ଖବର