କେନ୍ଦ୍ରୀୟ ପଣ୍ୟାଗାର ନିଗମ ସ୍ଥାନାନ୍ତରଣ ପ୍ରସଙ୍ଗ : କେନ୍ଦ୍ରମନ୍ତ୍ରୀ ପାଶଵାନଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ନିଷ୍ପତ୍ତିରୁ ଓହରିବା ଲାଗି ଦାବି ଜଣାଇଲେ

ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମ(ସିଡବ୍ଲୁସି)କୁ ଉଚ୍ଛେଦ କରି ପାଟଣା କ୍ଷେତ୍ରର ସିଡବ୍ଲୁସି ସହିତ ମିଶାଇବା ପ୍ରସ୍ତାବକୁ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିେରାଧ କରିଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟ େଯାଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ବିେରାଧ କରି େକନ୍ଦ୍ରକୁ ଚିଠି େଲଖିଥିଲେ। ଆଜି େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ େକନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଚନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ହସ୍ତକ୍ଷେପ ଲୋଡି ଆଉ ଏକ ପତ୍ର େଲଖିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ସହିତ ପାଟଣା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗଳିକ ଏବଂ ପ୍ରଶାସନିକ ଚାପ ବୃଦ୍ଧି ପାଇବ। ତେଣୁ ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରାଯିବା ଦରକାର। ଏ େନଇ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁେରାଧ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଭୌେଗାଳିକ ଆହ୍ୱାନର ମୁକାବିଲା, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଭଣ୍ଡାରଣକାରୀଙ୍କ ସହିତ ସମ୍ପର୍କ ରଖିବା ତଥା ବିବାଦର ସମାଧାନ ଲାଗି ଭୁବନେଶ୍ୱର ଠାରେ ସିଡବ୍ଲୁସିର ଆଞ୍ଚଳିକ କାର୍ଯ୍ୟାଳୟ ୧୯୯୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ପାଟଣା କ୍ଷେତ୍ର ଠାରୁ ଭିନ୍ନ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା େହାଇଥିଲା। ବର୍ତମାନ ଭୁବନେଶ୍ୱର କ୍ଷେତ୍ର ଅଧୀନରେ ଥିବା ୨୧ଟି ପଣ୍ୟାଗାର ଭୁବନେଶ୍ୱର ସ୍ଥିତ ସିଡବ୍ଲୁସି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଛି। ଏହାର ପରିଚାଳନା କ୍ଷମତା ୩.୪୮ ମେଟ୍ରିକ ଟନ୍ ହୋଇଥିବା ବେଳେ ୯୦ ପ୍ରତିଶତ ଦଖଲ ସହିତ ଏହା କାର୍ଯ୍ୟ କରୁଛି ଓ ନିୟମିତ ଭାବେ ଲାଭରେ ଚାଲିଛି। ଏହି କାର୍ଯ୍ୟାଳୟରେ ୯୦ ପ୍ରତିଶତ ଓଡିଆ କର୍ମଚାରୀ କାମ କରୁଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ତଥା ଓଡିଶା ରାଜ୍ୟ ସାଧାରଣ ବଣ୍ଟନ ନିଗମ(ଓଏସଏସସି)ର ଖାଦ୍ୟ ଶସ୍ୟ ଓ ବିଜ୍ଞପିତ ଖାଦ୍ୟ ସାମଗ୍ରୀ ସମେତ ବିଭିନ୍ନ ଜରୁରୀ ଖାଦ୍ୟ ସାମଗ୍ରୀ ଭଣ୍ଡାରଣ ଓ ସଂଗ୍ରହ କରି ରଖିବା ଦିଗରେ ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥିସହିତ ଏହା ନିକଟରେ ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ସହାୟତା ଯୋଗାଇବା ଦିଗରେ ମଧ୍ୟ ମହତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲା। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ସହିତ ପାଟଣା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌେଗାଳିକ ଏବଂ ପ୍ରଶାସନିକ ଚାପ ବୃଦ୍ଧି ପାଇବ। ତେଣୁ ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଲାଗି େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠିରେ ଶ୍ରୀ ପାଶଵାନଙ୍କୁ ଅନୁେରାଧ କରିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପରେ ବିଧାନସଭାରେ ବିେଜଡି ବୈଧାନିକ ପ୍ରଶ୍ନ ମାଧ୍ୟମରେ ଉଠାଇଥିଲା। କିନ୍ତୁ ବିଜେପି ବିଧାୟକମାେନ ଏଥିରେ ଭାଗ େନଇନଥିଲେ।

ସମ୍ବନ୍ଧିତ ଖବର