ଆସାମ ଗସ୍ତରେ ଧ‌ର୍ମେନ୍ଦ୍ର : ମୁଖ୍ୟମନ୍ତ୍ରୀଙ୍କ ସହ ତୈଳକୂପ ଅଗ୍ନିକାଣ୍ଡର ସମୀକ୍ଷା କଲେ

ଭୁବନେଶ୍ବର : ଆସାମର ବାଗଜାନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ଆସାମ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଯାଇଛନ୍ତି। ସେଠାରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଓ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଅଗ୍ନିକାଣ୍ଡ ଘଟଣାର ବର୍ତ୍ତମାନ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବାଗଜାନକୁ ଶ୍ରୀ ପ୍ରଧାନ ଗସ୍ତ କରି ଗ୍ରାଉଣ୍ଡ୍‌ ଜିରୋରୁ ସ୍ଥିତି ଅନୁଧ୍ୟାନ କରିବେ। ଟ୍ବିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଘଟଣାସ୍ଥଳରେ ନିଆଁକୁ ଆୟତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଉପ‌େର ଅଏଲ୍‌ ଇଣ୍ଡିଆ, ଓଏନ୍‌ଜିସି ଓ ପରିଚାଳନା ଟିମ୍ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ସେଠାରେ ସ୍ଥିତିକୁ ନିୟନ୍ତ୍ରଣ କରିବା ତଥା ଅଧିକ କ୍ଷତି ନ ହେବା ପାଇଁ ବି‌େଶଷଜ୍ଞଙ୍କ ପକ୍ଷରୁ ପରିଚାଳନା କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ଆମର ଦଳ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି। ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର