ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରେ ଆରମ୍ଭ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ଆଜି ନୂଆ ବର୍ଷରେ ଶ୍ରୀ ପ୍ରଧାନ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ତାଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଉଚ୍ଛେଦ ହେବା ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ଏହା ଭଲ ପଦକ୍ଷେପ। ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ସବୁ ମନ୍ଦିରର ସୁରକ୍ଷା ହେବା ଊଚିତ। ଗତ ତିନି ବର୍ଷ ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାକାର ଦାଣ୍ଡରେ ଚାଲି ଚାଲି ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଲିଙ୍ଗରାଜ ମନ୍ଦିରକୁ ଆହୁରି ଭଲ କରିବା ଦରକାର।
ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2020/01/Dharmendra-Pradhan.jpeg.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)