ଋଷ ଗସ୍ତରେ ଧର୍ମେନ୍ଦ୍ର : ଋଷ୍‌ ଓଏନ୍‌ଜିସି ଭାଗୀଦା‌ରିରେ ପ୍ରତିଷ୍ଠିତ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର : ପାଞ୍ଚ ଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଋଷର ସାଖାଲିନ୍ ତୈଳ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ରନ୍ଧନ ଗ୍ୟାସ କ୍ଷେତ୍ରରେ ଓଏନ୍‌ଜିସି ବିଦେଶ କମ୍ପାନି ଋଷର ସାଖାଲିନ୍-୧ ପ୍ରକଳ୍ପରେ ଭାରତର ସବୁଠାରୁ ବଡ଼ ଏକକ ପୁଞ୍ଜିନିବେଶ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣରେ ଭାରତ ଓ ଋଷର ଉର୍ଜା ସଂଯୋଗକୁ ମଜଭୁତ କରିବା ପାଇଁ ଓଏନ୍‌ଜିସି ବିଦେଶୀ କମ୍ପାନି ୨୦୦୧ ଠାରୁ ସାଖାଲିନ୍-୧ ପ୍ରକଳ୍ପରେ ୨୦ ପ୍ରତିଶତ ଭାଗିଦାରୀ ରହିଆସୁଛି। ସେତେବେଳେ ଏହି ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ଋଷରେ ଭାରତୀୟ ରାଷ୍ଟ୍ରଦୂତ ସତି ଲାମ୍ବାଙ୍କୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ବର୍ତ୍ତମାନ ରାଷ୍ଟ୍ରଦୂତ ଥିବା ଭେଙ୍କଟେଶ ବର୍ମା ଏହି ପ୍ରକଳ୍ପରେ ମଧ୍ୟ ସାମିଲ ହୋଇଥିଷଲ।

ଭାରତରେ ‘ବମ୍ବେ ହାଇ’ ପରି ସାଖାଲିନ୍ ବିପୁଳ ତୈଳ ଉତ୍ପାଦକ କ୍ଷେତ୍ର ଅଟେ। ଏକ୍ସନ ମୋବିଲ୍‌ କ‌‌ର୍ପୋରେସନ୍, ରୋଜନେଫ୍ଟ, ଜାପାନିଜ୍ ଏସ୍‌ଓଡିଇସିଓ ଏବଂ ଭାରତର ଓଏନ୍‌ଜିସି ବି‌େଦଶ କମ୍ପାନି ଏହାର ସହଯୋଗୀ ଥିବା ବେଳେ ସମସ୍ତଙ୍କ ଭାଗୀଦାରିରେ ଏହା ୨୦୫୫ ପର୍ଯ୍ୟନ୍ତ ତୈଳ ଓ ଗ୍ୟାସ ଉତ୍ପାଦନ କରିବାର ଯୋଜନା ରହିଛି। ଏହି ଗସ୍ତ କାଳରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ପ୍ରତିନିଧି ମଣ୍ଡଳୀ ସହ ଓଏନ୍‌ଜିସି ବିଦେଶ ଭାଗିଦାରୀ ଥିବା ରିଗ୍ ‘କ୍ରିଚେଟ୍‌’ ବୁଲି ଦେଖିଥିଲେ। ଏହା ବାଦ୍ ଓଏନ୍‌ଜିସି ବିଦେଶ କମ୍ପାନିର ଓଡ଼ିଆ ଅଧିକାରୀ ସନ୍ତୋଷ ଦାଶଙ୍କ ସାକ୍ଷାତ କରି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର