ବିଶ୍ୱବିଦ୍ୟାଳୟ ବିଲ୍‌ ଉଚ୍ଛେଦ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ ଉଚ୍ଛେଦ ଦାବି କରି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବିଶ୍ୱବିଦ୍ୟାଳୟ ବିଲ୍ ଉଚ୍ଛେଦ ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟର ଛାତ୍ର, ଶିକ୍ଷକ ଓ ଗବେଷକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ଉଚ୍ଛେଦ କରାଯାଉ। ଏହି ବିଲ ଜାତୀୟ ଶିକ୍ଷାନୀତିର ବିରୋଧାଚାରଣ କରୁଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିନା ସହମତିରେ ରାଜ୍ୟ ସରକାର ଏକପାଖିଆ ଭାବେ ବିଶ୍ବବିଦ୍ୟାଳୟ ସଂପର୍କିତ ନିଷ୍ପତ୍ତି ପେଇ ପାରିବେ ନାହିଁ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠିରେ କୁଳପତି ନିଯୁକ୍ତିରେ ସରକାରୀ ଭୂମିକାକୁ ଦୃଢ଼ ବିରୋଧ କରିଛନ୍ତି। ସେହିଭଳି ଅଧ୍ୟାପକ ନିଯୁକ୍ତି ଦାୟିତ୍ୱ ଓପିଏସ୍‌ସି ନେଲେ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତରା ରହିବ ନାହିଁ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର