ଇଏସ୍‌ଆଇସି ଓ ଡିସପେନସାରି ସ୍ଥାପନ ନେଇ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ ଇଏସ୍‌ଆଇସି ଓ ଡିସପେନସାରି ସ୍ଥାପନ ନେଇ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ାରେ ଇଏସଆଇସିର ଉପ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ରାଜ୍ୟର ୧୨ଟି ସ୍ଥାନରେ ଡିସପେନସାରି ଖୋଲିବା ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର