ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଜାତୀୟ ରାଜପଥ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ଅନୁରୋଧ କଲେ

ଭୁବନେଶ୍ୱର : ରାଜ୍ୟରେ ଆଉ ସମ୍ଭାବ୍ୟ ୨୫୨୬ କିମି ନୂଆ ଜାତୀୟ ରାଜପଥ ନିର୍ମାଣ କରିବା ପାଇଁ ଏକ ତାଲିକା ରାଜ୍ୟ ସରକାରଙ୍କୁ କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି। ରାଜ୍ୟ ସରକାର ଏହାର ସବିଶେଷ ବିବରଣୀ ଓ ତଥ୍ୟ ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ତଥ୍ୟ ଦେଲେ କାମକୁ ତ୍ୱରାନ୍ଵିତ କରାଯାଇପାରିବ ବୋଲି ସେ ଦର୍ଶାଇଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଗତ ୨୦ ତାରିଖରେ ରାଜ୍ୟରେ ଜାତୀୟ ରାଜପଥ ସମ୍ପର୍କରେ ନୂଆଦିଲ୍ଲୀରେ ସମୀକ୍ଷା କରିଥିଲେ। ଗତ ୬ ତାରିଖରେ ସମ୍ଭାବ୍ୟ ରାଜପଥ ତିଆରି କରିବାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶାରେ ମୋଟ୍‌ ୪୮୪୭ କିମି ନୂଆ ଜାତୀୟ ରାଜପଥ କାମ ମଧ୍ୟରୁ ଏନ୍‌ଏଚ୍‌ଏଆଇ ୧୯୧୨ କିମି ଓ ରାଜ୍ୟ ପୂର୍ତ୍ତ ବିଭାଗ ୨୯୩୫ କିମି କାମର କ୍ରିୟାନ୍ଵୟନ କରୁଛନ୍ତି। ଏହା ସହ ଆଉ ୪୯୪ କିମି ଜାତୀୟ ରାଜପଥ ଘୋଷିତ ହୋଇସାରିଛି ଏବଂ ଏହାକୁ ଏନ୍‌ଏଚ୍‌ଏଆଇ ଓ ରାଜ୍ୟ ପୂର୍ତ୍ତ ବିଭାଗ କ୍ରିୟାନ୍ଵିତ କରୁଛନ୍ତି। ଏହା ଛଡ଼ା ୧୨୭୮ କିମି ଜାତୀୟ ରାଜପଥ କାମକୁ ନୀତିଗତ ଭାବେ ସମ୍ମତି ପ୍ରଦାନ କରାଯାଇ ପୂର୍ତ୍ତ ବିଭାଗକୁ ଏହାର ଡିପିଆର୍‌ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର