ଭୁବନେଶ୍ୱର : ବରଗଡ଼ ଓ ଆଖପାଖ ଅଞ୍ଚଳରେ ଫ୍ଲୋରାଇଡ୍ ଯୁକ୍ତ ଦୂଷିତ ଜଳ ସମସ୍ୟା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସମସ୍ୟାର ଆଶୁ ସମାଧାନ ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଏହି ଅଞ୍ଚଳକୁ ନିକଟ ଅତୀତରେ ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ଦୂଷିତ ଜଳ ସମସ୍ୟା ନେଇ ତାଙ୍କ ପାଖରେ ଅଭିଯୋଗ କରିଥିଲେ। ଏହି ଅଞ୍ଚଳଗୁଡ଼ିକରେ ପାଇପ୍ ଯୋଗେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ସାଧାରଣ ଲେକମାନେ କୂଅରୁ ପିଇବା ପାଣି ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ପାଣି ସଂଗ୍ରହ କରୁଛନ୍ତି। ଦୂଷିତ ଉତ୍ସର ଜଳ ବ୍ୟବହାର କାରଣରୁ ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ସବୁ ବାସଗୃହକୁ ପାଇପ୍ ଯୋଗେ ଜଳ ଯୋଗାଣ କରି ପିଇବା ପାଣି, ରୋଷେଇ ଆଦି ପାଇଁ ପାଣିର ଆବଶ୍ୟକତା ପୂରଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ସାଧାରଣ ଲୋକ ଦାବି କରୁଛନ୍ତି। ସମସ୍ତ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆସନ୍ତା ବଜେଟ୍ରେ ଆର୍ଥିକ ବ୍ୟୟବରାଦ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପତ୍ରକୁ ଗୁରୁତ୍ୱର ସହ ନେଇ ଏହି ଅଞ୍ଚଳର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ବରଗଡ଼ରେ ଫ୍ଲୋରାଇଡ୍ ଯୁକ୍ତ ଦୂଷିତ ଜଳ ସମସ୍ୟା ସମାଧାନ ପାଇଁ ଅନୁରୋଧ
/sambad/media/post_attachments/wp-content/uploads/2018/03/pradhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)