ଭୁବନେଶ୍ୱର : ରଥଯାତ୍ରା ଅବସରରେ ଭକ୍ତମାନଙ୍କ ସୁବିଧା ପାଇଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍ଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉରକେଲାରୁ ପୁରୀ ଭାୟା ଚକ୍ରଧରପୁର ଏବଂ ପାରଳାଖେମୁଣ୍ଡିରୁ ପୁରୀ ଦୁଇଟି ଟ୍ରେନ୍ ଚଳାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଜୁଲାଇ ୧୪ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିରେ ୧୦ ଲକ୍ଷରୁ ଅଧିକ ଭକ୍ତ ଯୋଗ ଦେବେ। ଭକ୍ତମାନଙ୍କ ଭିଡ଼କୁ ଆଖି ଆଗରେ ରଖି ଓ ସେମାନଙ୍କ ସୁବିଧା ପାଇଁ ଦୁଇଟି ଟ୍ରେନ୍ ଚଳାଚଳ କଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସହ ଛତିଶଗଡ଼ ଓ ଝାଡ଼ଖଣ୍ଡର ଭକ୍ତମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର : ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତାବ
/sambad/media/post_attachments/wp-content/uploads/2018/07/dham.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)