ଭୁବନେଶ୍ବର : ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ୪ ନିୟୁତ ମେଟ୍ରିକ୍‌ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍‌ ରିଜର୍ଭ (ଏସ୍‌ପିଆର୍) ନିର୍ମାଣ ପ୍ରସଙ୍ଗରେ େକନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କ ସହଯୋଗ େଲାଡିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି େଲଖି ୬୫୦୦ େକାଟି ଟଙ୍କାର ଏହି ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସହଯୋଗ କରିବା ଲାଗି େକନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି।

Advertisment

୬ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ େଲାଡି ଶ୍ରୀ ପ୍ରଧାନ ଚିଠିରେ ଲେଖିଛନ୍ତି, ଏହି ପ୍ରକଳ୍ପକୁ ସିଙ୍ଗିଲ୍ ଵିଣ୍ଡୋ ଅନୁମତି ମିଳିବା ଦରକାର। ଆବଶ୍ୟକ ୬୦୦ ଏକର ଜମି, ଯାହା ରାଜ୍ୟ ସରକାରଙ୍କ ମାଲିକାନାରେ ଅଛି, ତାହାକୁ ତୁରନ୍ତ ପ୍ରଦାନ କରିବା ଉଚିତ। ବିଜୁଳି, ପାଣି ବ୍ୟବହାର ଏବଂ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିେର୍ଦଶାଳୟର ଅନୁମତି ମିଳିଲେ ପ୍ରକଳ୍ପ ଆଗେଇ ପାରିବ। କେବଳ ସେତିକି ନୁହେଁ, ପ୍ରସ୍ତାବିତ ଅଞ୍ଚଳରେ ପଥର ଖନନ କାମକୁ ବନ୍ଦ କରିବା, ପରିେବଶ ଓ ପ୍ରଦୂଷଣ େବାର୍ଡର ଅନୁମତି ଦିଗରେ ମଧ୍ୟ ସରକାର ପଦକ୍ଷେପ ନେବା ଲାଗି ଏଥିରେ ଦୃଷ୍ଟି ଆକର୍ଷଣ କରାଯାଇଛି।

ଏହି ପ୍ରକଳ୍ପ ଓଡ଼ିଶାକୁ ବିଶ୍ବର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ମାନଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ େଦବ େବାଲି ଦର୍ଶାଇ େକନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୧୮ ଅକ୍ଟୋବର ୩ ତାରିଖରେ ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ େନତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଓଡ଼ିଶାର ମୁଖ୍ୟଶାସନ ସଚିବଙ୍କୁ େଭଟିଥିଲେ। ୨୦୧୮ ଅକ୍ଟୋବର ୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସଚିବ ଡ. ଏମ୍ଏମ୍ କୁଟ୍ଟେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଚିଠି େଲଖିଥିଲେ। ଚଣ୍ଡୀେଖାଲ ଠାରେ ପ୍ରସ୍ତାବିତ ପ୍ରକଳ୍ପ ଢାଞ୍ଚାରେ କର୍ଣ୍ଣାଟକର ମାଙ୍ଗାଲୁର ଓ ପଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିମୟ ରିଜର୍ଭ ପ୍ରକଳ୍ପ ଦ୍ବୟ ବୁଲି େଦଖିବା ପାଇଁ ପୂର୍ବରୁ ରାଜ୍ୟ ସରକାର େଯଉଁ ସହମତି ଜଣାଇଥିଲେ, ତାହାକୁ ପାଳନ କରିବା ଲାଗି ଶ୍ରୀ ପ୍ରଧାନ ସ୍ମରଣ କରାଇଛନ୍ତି। ଏ େନଇ େକନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ େବାଲି େକନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି।