ବିଜେପୁର: ବରଗଡ଼ ଗାଇସିଲଟରୁ ଆଜି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଏହି ଅବସରରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି | ଧର୍ମେନ୍ଦ୍ର କହିଛନ୍ତି ଯେ ଆପଣ ହିଞ୍ଜିଳିକୁ ନ ଛାଡି ବିଜେପୁରକୁ କାହିଁକି ଛାଡିଲେ ?ହିଞ୍ଜିଳିରେ ଉପନିର୍ବାଚନ ନ ହୋଇ କାହିଁକି ବିଜେପୁରରେ ଉପନିର୍ବାଚନ ହେଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି | ବିଜେପୁରର କଣ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି | ଏ ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ଓଡିଶାବାସୀଙ୍କର ଭୂମିକା ରହିଛି |
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବିଜେପୁର ଉପନିର୍ବାଚନ ପୂର୍ବରୁ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି | ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଉପ ନିର୍ବାଚନରେ ବିଜେଡି ୩୫ ହଜାର ଭୋଟରେ ଜିତିବ | ସେହିପରି ଧର୍ମେନ୍ଦ୍ରଙ୍କ ପ୍ରଚାରକୁ ନେଇ ପ୍ରମିଳା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଯେତେ ପ୍ରଚାର କଲେ ବି ପ୍ରଭାବ ପଡ଼ିବନି | ନବୀନ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କରିବେ ବୋଲି ପ୍ରମିଳା କହିଛନ୍ତି |
ଉଲ୍ଲେଖଯୋଗ୍ୟ ଯେ ୨୦୧୪ ନିର୍ବାଚନରେ ଏହି ଆସନଟି କଂଗ୍ରେସ ହାତରେ ଥିଲା। ୨୦୧୮ ଉପନିର୍ବାଚନରେ ବିଜେଡି ଏହାକୁ ଛଡାଇ ନେଇଥିଲା। ପରେ ଗତ ସାଧାରଣ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ୧ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇଥିଲେ।