ଧର୍ମେନ୍ଦ୍ର ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ୍‌ ପ୍ରସଙ୍ଗ: ଆଜିଠୁ ବିଜେପିର ଅହୋରାତ୍ର ଧାରଣା

ଭୁବନେଶ୍ବର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିବା ସତ୍ତ୍ବେ ପୁଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନି। ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ବହୁ ବଡ଼ବଡ଼ିଆଙ୍କ ନାମ ଶୁଣାଯାଉଥିଲେ ବି ପୁଲିସ ଏ ମାମଲାରେ ମୁହଁ ଖୋଲୁନି। ଏହି ଦୁଇଟି ଘଟଣାରେ ଓଡ଼ିଶା ପୁଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି, ଏ ନିଦ୍ରା ଭାଙ୍ଗିବା ଦରକାର। ତେଣୁ ବିଜେପି ଶନିବାର ଠାରୁ ଅହୋରାତ୍ର ଧାରଣା କରିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଶୁକ୍ରବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି, ଆମେ ନିର୍ଣ୍ଣାୟକ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଏଥିରେ ଯଦି ପୁଲିସ ଓ ରାଜ୍ୟ ସରକାରଙ୍କ ନିଦ ନଭାଙ୍ଗେ ତେବେ ଘଣ୍ଟଘଣ୍ଟା ବଜାଇ ମୁଖ୍ୟମନ୍ତ୍ରୀଙ୍କ ନିଦ୍ରା ଭାଙ୍ଗିବାକୁ ବିଜେପି ଯିବ। ରାଜ୍ୟ ସରକାର ଅର୍ଚ୍ଚନା ନାଗ ଘଟଣାରେ ଯେଉଁ ବଡ଼ ବଡ଼ିଆ ନେତାମନ୍ତ୍ରୀ ସଂପୃକ୍ତ ଅଛନ୍ତି ତୁରନ୍ତ ତାଙ୍କ ନାମ ପ୍ରକାଶ କରି ବିହିତ ପଦକ୍ଷେପ ନିଅନ୍ତୁ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର