ଜିଲ୍ଲାବାସୀଙ୍କ ଲାଇଫ୍ଲାଇନ୍ ହେବ କୋଷ୍ଟାଲ୍ ହାଇୱେ
ହରିଦାସପୁର-ପାରାଦୀପରେ ଚାଲିବ ଯାତ୍ରୀବାହୀ ଟ୍ରେନ୍
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ମେଡିକାଲ୍ କଲେଜ ହେବା କଥା। ରାଜ୍ୟ ସରକାର ଯଦି ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବେ; ତେବେ କେନ୍ଦ୍ର ସରକାର ନିଶ୍ଚିତ ମେଡିକାଲ୍ କଲେଜ ପାଇଁ ଆଗଭର ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ମେଡିକାଲ୍ କଲେଜ ଦାବି ଉପରେ ମୋହର ମାରିବା ସହ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଗଣମାଧୢମ ପ୍ରଶ୍ନର ଉତ୍ତର ଦେଇ ସ୍ପଷ୍ଟ ଭାବେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ସହଯୋଗ କଲେ କେନ୍ଦ୍ରାପଡ଼ାରେ ମେଡିକାଲ୍ କଲେଜ ନିଶ୍ଚିତ ହେବ। ଗୋଟିଏପଟେ ମେଡିକାଲ୍ କଲେଜ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ରାପଡ଼ାବାସୀଙ୍କ ଦାବିକୁ ଉପେକ୍ଷା କରିଥିବା ଅଭିଯୋଗ ଆଣି ବିରୋଧୀ ବିଜେପି, କ˚ଗ୍ରେସ ସମେତ ବିଭିନ୍ନ ସାମାଜିକ ସ˚ଗଠନ ଆନ୍ଦୋଳନ କରିବା ପରେ ଶାସକ ବିଜେଡି ନିକଟରେ ଏହା ସପକ୍ଷରେ ଯୁକ୍ତି ବାଢ଼ିଥିଲା। ଆଳି ବିଧାୟକ ପ୍ରତାପ କେଶରୀ ଦେବ ଜିଲ୍ଲା ପରିଷଦ ବୈଠକରେ ପ୍ରଥମେ ମେଡିକାଲ୍ କଲେଜ ପାଇଁ ପ୍ରସ୍ତାବ ଦେଇଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହଯୋଗ ମାଗିବା ଘଟଣା ମେଡିକାଲ କଲେଜ ଦାବିକୁ ବଳ ଦେଇଛି।
ଶନିବାର ଭିତରକନିକା ବୁଲିବାକୁ ଆସିଥିବା ଶ୍ରୀ ପ୍ରଧାନ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ପହଞ୍ଚିବା ପରେ ପ୍ରଥମେ ଟିକା ନେଇଥିବା କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଧିତ କରିଥିଲେ। ପରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପ୍ରଧାନ କେନ୍ଦ୍ର ସରକାର କେନ୍ଦ୍ରାପଡ଼ାର ବିକାଶ ପାଇଁ କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସ˚ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ଉପକୂଳବର୍ତ୍ତୀ ଅ˚ଚଳରେ ୪୫୧କିମି ଲମ୍ବର ଦୀଘା-ଗୋପାଳପୁର ଉପକୂଳ ରାଜପଥ ବା କୋଷ୍ଟାଲ୍ ହାଇେଵ ପ୍ରକଳ୍ପ ନିର୍ମାଣ ଚାଲିଛି। ମୋଟ୍ ୯ହଜାର କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ପ୍ରକଳ୍ପ ଶିଳ୍ପ, ପର୍ଯ୍ୟଟନ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଉପକୂଳ ଓଡ଼ିଶାବାସୀଙ୍କ ଲାଇଫ୍ଲାଇନ୍ ହେବ ବୋଲି ଶ୍ରୀ ପ୍ରଧାନ ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ମହାକାଳପଡ଼ା ଆଖାଡ଼ାଶାଳୀରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ପ୍ରକଳ୍ପ ସ˚ପର୍କରେ ମତ ରଖି ଶ୍ରୀ ପ୍ରଧାନ କହିଲେ, ଏହି ପ୍ରକଳ୍ପ ଦ୍ବାରା ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ।
ସେହିପରି ହରିଦାସପୁର-ପାରାଦୀପ ରେଳ ଲାଇନ୍ରେ ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଖୁବ୍ଶୀଘ୍ର କରିବାକୁ ଯାଉଛନ୍ତି। ତା’ଛଡ଼ା ନିକଟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢ଼ାଇବା ସ˚ପର୍କିତ ପ୍ରକଳ୍ପକୁ ମ˚ଜୁରି ଦିଆଯାଇଛି। ୩ହଜାର ୪କୋଟି ୬୩ଲକ୍ଷ ଟଙ୍କା ବ୍ୟୟରେ ପିପିପି ମୋଡ୍ରେ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ଦ୍ବାରା ପାରାଦୀପକୁ ବଡ଼ ବଡ଼ ଜାହାଜ ଆସିବା ପାଇଁ ବାଟ ଫିଟିବ। ଏହାଦ୍ବାରା ବନ୍ଦରରେ ଶିଳ୍ପ ଅର୍ଥନୀତି ବୃଦ୍ଧି ପାଇବା ସହ ଅଧିକ ରୋଜଗାର ଏବ˚ କେନ୍ଦ୍ରାପଡ଼ାରେ ଇସ୍ପାତ କାରଖାନା ନିର୍ମାଣ ହେବାର ସମ୍ଭାବନା ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ ଆଶାପୋଷଣ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧୢରେ ଜିଲ୍ଳା ବିଜେପି ସଭାପତି କିଶୋର ପଣ୍ତା, ବିଜେପି ନେତା ଭୁବନ ମୋହନ ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/kendrapara-1.jpg)