ଧାମନଗରରେ ଆଜି ପୁଣି ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ପୁଣି ଥରେ ଧାମନଗରରେ ପ୍ରଚାର କରିବେ। ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଧୂସୁରିର ବାସନ୍ତୀ ପଡ଼ିଆଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା ପୂର୍ବରୁ ଅକ୍ଟୋବର ୨୮ ଓ ୨୯ରେ ଦୁଇ ଦିନ ଧରି ଧାମନଗର ବ୍ଲକର ଦୋବଲ ବଜାର, ଧାମନଗର ଏନ୍‌ଏସିର ମେଡିକାଲ ବଜାର, କୋଠାର ପଞ୍ଚାୟତ, ଅସୁରାଳୀ, ତିହିଡି ବ୍ଲକର ପାଳିଆ ବଜାର, ଦୋଳ ସାହୀ, ଦୋଳସାହୀ ଓ ଗୁଆମାଳ, ବିଲଣା, ବୋଡକ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଥିଲେ।

ସମ୍ବନ୍ଧିତ ଖବର