ଧଉଳି: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଶାନ୍ତିସ୍ତୂପ ପାଦଦେଶରେ ଦୀର୍ଘ ୩ଦିନ ଧରି ଚାଲିଥିବା ୧୮ତମ ଧଉଳି- କଳିଙ୍ଗ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ସାଂସ୍କୃତିକ ଶାସ୍ତ୍ରୀୟ ସଂଧ୍ୟାର ଅନ୍ତିମ ପର୍ଯ୍ୟାୟରେ ମଣିପୁର ହୁଏନ ଲାଲଙ୍ଗ ଥାଙ୍ଗ-ତା ସାଂସ୍କୃତିକ ଅନୁଷ୍ଠାନର ଗୁରୁ ଗୌର କିଶୋରଙ୍କ ସଂଯୋଜିତ ୮ଜଣ ନୃତ୍ୟଶିଳ୍ପୀ ଶାସ୍ତ୍ରୀୟ ପାରମ୍ପରିକ ସମରକଳା ନୃତ୍ୟରେ ପ୍ରଥମ ପ୍ରସ୍ତୁତିରେ ଥାଙ୍ଗ ଲାଇଟେଙ୍ଗ ହାଇବାରେ ଶିଳ୍ପୀମାନେ ହାତରେ ଖଣ୍ଡା, ବର୍ଚ୍ଛା, ଢାଲ , କୋଦାଳ ଭଳି ଅସ୍ତ୍ର ଶସ୍ତ୍ର ଧାରଣ କରି ସମରକଳା ନୃତ୍ୟରେ ପରିବେଷଣ କରିଥିଲେ ବିଭିନ୍ନ ରଣକୌଣଳ । ଶାସ୍ତ୍ରୀୟ କଳମଣ୍ଡପ ବେଶ କିଛି ସମୟ ଧରି ପାଲଟି ଯାଇଥିଲା ରଣକ୍ଷେତ୍ର। ଯୁଦ୍ଧକ୍ଷେତ୍ରରେ ଯୋଦ୍ଧା ଶିଳ୍ପୀମାନଙ୍କର ସମରକଳା ପ୍ରଦର୍ଶନ ମନରେ ସିଂହରଣ ଜାଗ୍ରତ କରିଥିଲା। ଦ୍ବିତୀୟ ପ୍ରସ୍ତୁତିରେ ପାରଂପରିକ ବାଡ଼ି ଖେଳ ଦର୍ଶକମାନଙ୍କୁ ବିମୋହିତ କରିଥିଲା।
/sambad/media/post_attachments/wp-content/uploads/2022/03/59d7bea1-f508-4e90-a84d-593dc5592fb6.jpg)
ଏଥିରେ ନୃତ୍ୟ ଶିତଳ୍ପୀମାନେ ହାତରେ ୩ ପ୍ରକାରର ବାଡ଼ି ଧରି ଖେଳ ପ୍ରଦର୍ଶନ କରିଥିଲେ। ଖଡ଼ଗଧାରୀଙ୍କ ଠାରୁ ଆତ୍ମରକ୍ଷା ପାଇଁ ସାଥୀ ଶିଳ୍ପୀମାନଙ୍କର ଢାଲରେ ଯୁଦ୍ଧ କୌଣଳ ଦର୍ଶକଙ୍କୁ ଚକିତ କରିଥିଲା। ଥାବି କାକବାରେ କାକୁଡ଼ି କାଟି କଳା ନୈପୁଣ୍ୟତାର ଦକ୍ଷତା ପ୍ରଦର୍ଶିତ ହୋଇଥିଲା। ଶେଷ ପର୍ଯ୍ୟାୟ ଥାଙ୍ଗ ଅହମ ୟାନ୍ନାବାରେ ଦୁଇଜଣଙ୍କ ସହ ତୃତୀୟ ଜଣକର ଆତ୍ମରକ୍ଷା କୌଣଳ ଦର୍ଶକମାନଙ୍କ କରତାଳି ସାଉଁଟିଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭୁବନେଶ୍ବର କଲର୍ସ ଇନଷ୍ଟିଚ୍ୟୁଟର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଗୁରୁ ପ୍ରମୋଦ କୁମାର ସାହୁଙ୍କ ସଂଯୋଜିତ ୧୫ ଜଣ ସମୂହ ସାଥୀଙ୍କ ତବଲା ବାଦନ ଧ୍ବନିରେ ମଞ୍ଚ ପ୍ରକମ୍ପିତ ହୋଇଥିଲା।
/sambad/media/post_attachments/wp-content/uploads/2022/03/f49b91d2-0167-4e98-abe5-dc9ec5d30bd2-e1648140707565.jpg)
ଏକତାଳିରେ ତବଲା ବାଦନ ଆରମ୍ଭ ହୋଇ ଦ୍ରୁତ ୩ ତାଳିରେ ଅନ୍ତ ହୋଇଥିଲା। ଏଥିରେ ଉଗଜ,କୁଠାନ,ପେସକାର,କାଏଦା,ଟୁକୁଡ଼ା ଆଦି ତବଲା ବାଦନର ବିଭିନ୍ନ ଶୈଳୀ। ବେହେଲାରେ କେ ଭୁବନେଶ୍ବରୀ ଏବଂ ବଂଶୀରେ ଗୁରୁ ଶ୍ରୀନିବାସ ସହଯୋଗ କରିଥିଲେ। ଦ୍ବିତୀୟ ପ୍ରସ୍ତୁତିରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଗୁରୁ ଅରୁଣା ମହାନ୍ତିଙ୍କ ସଂଯୋଜନାରେ ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟରେ ପରିବେଷଣ କରିଥିଲେ ‘‘ଆଶାର କିରଣ ’’। କରୋନ ମହାମାରୀ ସମୟରେ କଟକ ବଡ଼ ହସ୍ପିଟାଲ ଭଳି ସ୍ବାସ୍ଥ୍ୟ କେନ୍ଦ୍ରରେ ସେବା ବ୍ୟବସ୍ଥାର ମହନୀୟତାରେ ମାନବ ଜୀବନର ସତ୍ତା ନୃତ୍ୟ ଶିଳ୍ପୀମାନଙ୍କର ଓଡ଼ିଶୀ ନୃତ୍ୟ ଭାବ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥିଲା।
/sambad/media/post_attachments/wp-content/uploads/2022/03/a7d134d5-abf0-4fa2-9092-b4689541d82f-e1648140743184.jpg)
ବିଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦୀଙ୍କୁ ୨୦୨୨ ରୁଚି ବୁଦ୍ଧ ସମ୍ମାନରେ ଆୟୋଜକ ଅନୁଷ୍ଠାନ ଫକ୍ଷରୁ ସମ୍ମାନିତ କରାଯାଇଥିଲା। ଆଜି ସଂଧ୍ୟାର ସମ୍ମାନିତ ଅତିଥଇ ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଜଷ୍ଟିଚ ଏସ ମୂରଲିଧର, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ମୁଖ୍ୟ ଉପଦେଷ୍ଟା ଆର ବାଲ କ୍ରିଷ୍ଣନନ୍ , ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ଦୁର୍ଗା ପ୍ରସାଦ ମହାପାତ୍ର , ବିଭାଗୀୟ ଯୁଗ୍ମ ଶାସନ ସଚିବ ପୂଜା ମିଶ୍ର, ଡ୍ୟାନ୍ସ ଏକାଡେମୀର ସଭାପତି ସତ୍ୟାନନ୍ଦ ମିଶ୍ର, ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନର ସଚିବ ଇଲିଆନା ସିତାରିଷ୍ଟ। ଶାସ୍ତ୍ରୀୟ ସଂଧ୍ୟା ସଂଚାଳନ କରିଥିଲେ ଡ,ଇଂ ଶ୍ରୀନିବାସ ଘଟୁଆରୀ ଏବଂ ତାରିଣୀ ତନୁଜା ମିଶ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/d216301a-b13b-4d56-9681-c5ecbefe9dd5.jpg)