ଧଉଳି: ନୂଆବର୍ଷ ଅବ୍ୟବହିତ ପୂର୍ବଦିନ ଓ ନୂଆବର୍ଷଦିନ ଏବଂ ତା‘ ପରଦିନ ଖୋର୍ଦ୍ଧା ଜିଲ୍ଲା ଧଉଳି ଶାନ୍ତିସ୍ତୂପରେ ପ୍ରବଳ ଜନ ଗହଳି ହେବାର ସମ୍ଭାବନା ଥିବାରୁ ଆସନ୍ତା ୩ଦିନ ଧରି ଶାନ୍ତିସ୍ତୂପ ବନ୍ଦ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲା ଦପ୍ତରରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଡିସି (ଧଉଳି ବିକାଶ ସମିତି)ର ଅନ୍ୟତମ ପ୍ରମୁଖ ସଦସ୍ୟ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁ ଏନେଇ ସୂଚନା ପ୍ରଦାନ କରିଛନ୍ତି। ସୂଚନାନୁସାରେ, ଆସନ୍ତାକାଲି ଅର୍ଥାତ୍ ଯଥାକ୍ରମେ ୩୧, ୧ ଏବଂ ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଶାନ୍ତିସ୍ତୂପ ବନ୍ଦ ରହିବ। ଆଜି ସନ୍ଧ୍ୟାରୁ ଶାନ୍ତିସ୍ତୂପକୁ ସିଲ କରି ଦିଆଯାଇଛି। ତେଣୁ ଏହି ଦିନ ମାନଙ୍କରେ ଶାନ୍ତିସ୍ତୂପରେ କୌଣସି ପର୍ଯ୍ୟଟକଙ୍କୁ ଧଉଳିଗିରୀ କିମ୍ବା ଶାନ୍ତିସ୍ତୂପ ବୁଲିବାକୁ ଛଡ଼ାଯିବ ନାହିଁ।
ସେହିପରି ଭୋଜିଭାତ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ। କୌଣସି ଘରୋଇ ପାର୍କ ବା ପିଣ୍ଡିସ୍ଥଳରେ ଭୋଜି କରାଗଲେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏମିତିକି ଶାନ୍ତିସ୍ତୂପରେ କୌଣସି ପର୍ଯ୍ୟଟକ ଗାଡ଼ି ଲାଗିଲେ ଫେରାଇ ଦିଆଯିବ। ଆସନ୍ତ ୩ ତାରିଖ ଠାରୁ ପୂର୍ବଭଳି ଶାନ୍ତିସ୍ତୂପ ପୁଣି ଖୋଲିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/dhauli.jpg)