ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ଛତ୍ରପୁର: ତରେଇପାଟପୁର ଗ୍ରାମର ଗୋପାଳ ବେହେରା (୨୮) ଗତକାଲି ତରେଇପାଟପୁର ନିକଟରେ ଥିବା ତାମ୍ପରାକୁ ମାଛ ଧରିବା ନିମନ୍ତେ ଡ଼ଙ୍ଗା ସାହାଯ୍ୟରେ ତାମ୍ପରା ଭିତରକୁ ଯାଇଥିବା ଗତକାଲି ଠାରୁ ସେ ନିଖୋଜ ଅଛନ୍ତି l ଗ୍ରାମବାସୀ ଓ ପରିବାର ବର୍ଗ ଖୋଜା ଖୋଜି କରିଲେ ସୁଦ୍ଧା ତାଙ୍କୁ ପାଇନଥିଲେ। ଆଜି ଛତ୍ରପୁର ଅଗ୍ନିଶମ କର୍ମଚାରୀମାନେ ଫାୟାର ବୋଟ ମାଧ୍ୟମରେ ନିଖୋଜ ଗୋପାଳଙ୍କୁ ଖୋଜାଖୋଜି କରୁଛନ୍ତି l

ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟ ଆଗ୍ନୀକ ମୁକ୍ତିକାନ୍ତ ଜେନା, ଦୀପ୍ତି ରଞ୍ଜନ ସ୍ୱାଇଁ, ଚନ୍ଦ୍ର ଶେଖର ସାମନ୍ତରା, ଦୀପକ କୁମାର ସାହୁ, ଶେଖବାସୁରୁଧୀନ, ଦୀପକ କୁମାର ମଲ୍ଲିକ ଗୋପାଳ ବେହେରାଙ୍କୁ ଖୋଜା ଖୋଜି କରୁଛନ୍ତି।

ସୂଚନାଯୋଗ୍ୟ ଯେ, ନବ ବେହେରାଙ୍କ ବଡ଼ ପୁଅ ଗୋପାଳ ବେହେରା ଗୋପାଳପୁର ପୋର୍ଟରେ ଟ୍ରାକ କ୍ଲିନିକ ୱାର୍କର ଭାବେ ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ ୱାର୍କରସ ୟୁନିୟନ ପକ୍ଷରୁ ନିୟୋଜିତ ହୋଇଥିଲେ l ସୋମବାର ଏ ସିଫ୍ଟ ଡ୍ୟୁଟି ସାରି ଘରକୁ ଦିନ ୨.୩୦ରେ ଆସିବା ପରେ ଖାଇ ପିଇ ପୁଣି ମାଛ ଧରିବାକୁ ୩ଟାରୁ ଘର ବାହାରି ତାମ୍ପରାକୁ ଯାଇଥିଲେ। ଏହା ପରଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ।

ସମ୍ବନ୍ଧିତ ଖବର