୮ଟି ହଟ୍‌ସ୍ପଟ୍ ଜିଲ୍ଲାରୁ ଢେଙ୍କାନାଳ ଆସିବା ଉପରେ ରୋକ୍‌, ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

ଢେଙ୍କାନାଳ : ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟର ହଟ୍‌ସ୍ପଟ୍ ଜିଲ୍ଲାମାନଙ୍କରୁ ଢେଙ୍କାନାଳ ଜିଲ୍ଲାକୁ ଆସିବା ଉପରେ ରୋକ୍ ଲଗାଯାଇଛି । ସଂପୃକ୍ତ ଜିଲ୍ଲାରୁ ଯଦି କେହି ଆସନ୍ତି ଏବଂ ୭୨ ଘଣ୍ଟାରୁ ଅଧିକ ସମୟ ଧରି ରୁହନ୍ତି ତେବେ ସେମାନେ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ସୂଚନା ଅନୁଯାୟୀ, ରାଜ୍ୟ ସମେତ ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଆଜି ରାଜ୍ୟର ହଟ୍‌ସ୍ପଟ୍ ଜିଲ୍ଲାରୁ ଢେଙ୍କାନାଳକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜ୍ୟର ହଟ୍‌ସ୍ପଟ୍ ଜିଲ୍ଲା କୁହାଯାଉଥିବା ଅନୁଗୁଳ, କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବାଲେଶ୍ୱର, ସୁନ୍ଦରଗଡ଼ ଆଦି ୮ଟି ଜିଲ୍ଳାମାନଙ୍କରୁ ଢେଙ୍କାନାଳ ଜିଲ୍ଲାକୁ ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଯେଉଁ ବ୍ୟକ୍ତିମାନେ ଆସିବେ ସେମାନେ ୧୪ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । କୌଣସି ସରକାରୀ, ବେସରକାରୀ କର୍ମଚାରୀ, ବ୍ୟବସାୟୀ, କିମ୍ବା ବ୍ୟକ୍ତିବିଶେଷ ଯଦି କୌଣସି କାର୍ଯ୍ୟରେ ଢେଙ୍କାନାଳ ଆସି ୭୨ ଘଣ୍ଟା ମଧ୍ୟରେ ଫେରିଯାଆନ୍ତି ତେବେ ସେମାନଙ୍କୁ ୧୪ ଦିନିଆ ସଙ୍ଗରୋଧ‌ରେ ରହିବାର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର