୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ: ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ଢେଙ୍କାନାଳ: ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆଜି ଜିଲ୍ଲା ଓକିଲ ସଂଘ ଆହ୍ୱାନ କ୍ରମେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଢେଙ୍କାନାଳ ବନ୍ଦ ପ‌ାଳନ ହେଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବନ୍ଦ ପାଳନ ପାଇଁ ଦୋକାନ ବଜ଼ାର, ସ୍କୁଲ ଓ କଲେଜ ବନ୍ଦ ରହିଛି।

ଏହି ବନ୍ଦ ଫଳରେ ଢେଙ୍କାନାଳ ସହରରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଢେଙ୍କାନାଳ ସହରର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି। ସକାଳ ୬ଟାରୁ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ  ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି।

ଆଜି ସକାଳେ ସଂଘର କର୍ମକର୍ତ୍ତାମାନେ ଅନଗୁଳ-ପୁରୀ ମେମୋ ଟ୍ରେନକୁ ଅଟକାଇଥିଲେ। ଜାତୀୟ ରାଜପଥର କଲେଜ ବାଇପାସ ଛକ ଓ କାମାକ୍ଷାନଗର ଛକ ନିକଟରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

 

ସମ୍ବନ୍ଧିତ ଖବର