ନୂଆ ‌ମୋଡ଼ରେ ଢେଙ୍କାନାଳ ବଟଲିଂ ପ୍ଲାଣ୍ଟ୍‌ ସ୍ଥାପନ ପ୍ରସଙ୍ଗ : ଆଇନ୍‌କୁ ମୋଡିଦେଲେ

ଇଡ୍‌କୋକୁ ୬୨ ଏକର ଜମି କେମିତି ଗଲା?, ଜଙ୍ଗଲ ଥିବା ଜାଣି ବି ବିନାନୁମତିରେ ଗଛ କାଟିଲେ, ସନ୍ଦେହରେ ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗର ଭୂମିକା

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ଗଛକଟା ବନ୍ଦ ସହିତ ପ୍ରସ୍ତାବିତ ବଟଲିଂ ପ୍ଲାଣ୍ଟ ସ୍ଥାପନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତିଲ କରିଛନ୍ତି। ହେଲେ ଏହି ଘଟଣାରେ ଯେତିକି ଅଧିକ ଖୋଳତାଡ ହେଉଛି, ସେତିକି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଯଦିଓ ଘଟଣାର ତଦନ୍ତ ଆର୍‌ଡିସି କରୁଛନ୍ତି ଓ ତାଙ୍କ ପ୍ରାରମ୍ଭିକ ରିେପାର୍ଟ ଆଧାରରେ ପ୍ରସ୍ତାବିତ ପ୍ରକଳ୍ପ ବାତିଲ୍ ହୋଇଛି, କିନ୍ତୁ ଏହି ରିେପାର୍ଟ ଜିଲ୍ଲାପାଳ, ଡିଏଫ୍ଓଙ୍କ ଭୂମିକା ସଂପର୍କରେ କଣ ଉେଲ୍ଲଖ କରୁଛି ତାକୁ ରାଜ୍ୟବାସୀ ଅେପକ୍ଷା କରିଛନ୍ତି।

ବଳରାମପୁର ସ୍ଥିତି ଅନୁଧ୍ୟାନ କରିବା ପରେ ଏକଥା ଜଳ ଜଳ େହାଇ ଦିଶୁଛି େଯ, ସାଧାରଣ େଲାକଙ୍କ ସ୍ବାର୍ଥକୁ ଜଳାଞ୍ଜଳି େଦଇ ତଥା ସବୁ ଆଇନ କାନୁନକୁ ଗିଳି ଦେଇ ବଟଲିଂ ପ୍ଲାଣ୍ଟ ପ୍ରତି ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ ଅନୁକମ୍ପା େଦଖାଇଛନ୍ତି। ଏବଂ େକଉଁ ପରିସ୍ଥିତିରେ ୬୨.୭୯ ଏକର ଏଭଳି ଜଙ୍ଗଲ ଥିବା ଜମିକୁ ଶିଳ୍ପାନୁଷ୍ଠାନ ପାଇଁ େଟକି ଦିଆଗଲା, ତାହା ମଧ୍ୟ ଏକ ବଡ଼ଧରଣର ତଦନ୍ତ ପାଇଁ ଅପେକ୍ଷା ରଖିଲାଣି।

ଅନ୍ୟପକ୍ଷରେ ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲ ଜମିରେ ଶହ ଶହ ଗଛ କଟାଯାଉଥିବା େନଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପାଉଛି। ଅଥଚ ଜାତୀୟ ରାଜପଥ ସଂପ୍ରସାରଣ ଆଳରେ େଢଙ୍କାନାଳ-ଅନୁଗୁଳ ରାସ୍ତାରୁ ହଜାର ହଜାର ଗଛ କଟାଯିବା ଘଟଣାକୁ ପରିେବଶ, ବୁଦ୍ଧିଜୀବୀ କିଭଳି ଆଖିବୁଜି େଦଖୁଛନ୍ତି, ତାହା ବୁଝାପଡୁନାହିଁ।

ଝିଙ୍କରଗଡି ଜଙ୍ଗଲରେ ଶାଳ ଗଛର ଆକାରକୁ େଦଖି େଖାଦ ବନବିଭାଗ ଅଧିକାରୀମାେନ କହିଛନ୍ତି, ଏହି ଜଙ୍ଗଲର ଆୟୁଷ ୫୦ ସରିକି େହବ। ଶାଳ, ପିଆଶାଳ ଠାରୁ ଆରମ୍ଭ କରି ବହୁ ଔଷଧୀୟ ବୃକ୍ଷ ଏଥିରେ ରହିଛି। ହେଲେ ଏଭଳି ଏକ ଜଙ୍ଗଲକୁ ଜିଲ୍ଲା ପ୍ରଶାସନ ଶିଳ୍ପ ସ୍ଥାପନ ପାଇଁ ଇଡ୍‌କୋ ହାତକୁ େଟକି େଦଇଛି। ୪ବର୍ଷ ଆଗରୁ ଏହି ପଦକ୍ଷେପ ନିଆସରିଲାଣି। ୬୨.୭୯ ଏକର ଜମି ଇଡକୋ େନଇଛି ଓ େସଥିରୁ ୧୨.୮୬ ଏକର ଜମି ବଟଲିଂ ପ୍ଲାଣ୍ଟ ପାଇଁ େମସର୍ସ ପି ଆଣ୍ଡ ଏ ବଟଲର୍ସକୁ ଦିଆଯାଇଥିଲା।

େଦଶର େବଶୀ ପ୍ରଦୂଷଣ ସହର ମଧ୍ୟରେ ଅନ୍ୟତମ େହଉଛି ଅବିଭକ୍ତ େଢଙ୍କାନାଳ ଜିଲ୍ଲା। ଏଠାରେ ବୃକ୍ଷ େରାପଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏମିତି ପରିସ୍ଥିତିରେ ପାଞ୍ଚ କି ଦଶ ଏକର ନୁେହଁ, ପାଖାପାଖି ୬୨.୭୯ ଏକର ଏଭଳି ଜଙ୍ଗଲକୁ ଜିଲ୍ଲା ପ୍ରଶାସନ ଶିଳ୍ପାନୁଷ୍ଠାନ ପାଇଁ େକମିତି େଟକିେଦଲା, ତାହା ଏବେ ବୁଦ୍ଧିଜୀବୀ ଓ ପରିେବଶବିତ୍‌ଙ୍କୁ ତାଜୁବ କରୁଛି।

ଯଦିଓ ୧୯୮୦ ମସିହାରେ ଜଙ୍ଗଲ ସଂରକ୍ଷଣ ଆଇନ େହାଇଛି, କିନ୍ତୁ କାହାକୁ ଜଙ୍ଗଲ କୁହାଯିବ, େସ େନଇ ସୁପ୍ରିମକୋର୍ଟ ପରବର୍ତୀ ସମୟରେ ସ୍ପଷ୍ଟ ନିେର୍ଦଶ େଦଇଛନ୍ତି। ଦୀର୍ଘ ୨୦ ବର୍ଷ ତଳୁ ଏ ସଂକ୍ରାନ୍ତରେ ସ୍ପଷ୍ଟ ନିେର୍ଦଶନାମା େହାଇଛି େଯ ସରକାରୀ େହଉ କି ଘରୋଇ, ଯଦି ଏକର ଏକର ଜମିରେ ପର୍ଯ୍ୟାପ୍ତ ବୃକ୍ଷ, ବୁଦା ଆଦି ରହିଛି, ତାହାକୁ ଜଙ୍ଗଲ ମାନ୍ୟତା ହିଁ ମିଳିବ। ଏସବୁ ଜଙ୍ଗଲକୁ େକନ୍ଦ୍ର ସରକାରଙ୍କ ବିନା ଅନୁମତିେର େକହି ଗଛ କାଟିପାରିେବ କି ନାହିଁ କି ଲିଜ୍ ଦିଆଯାଇପାରିବ ନାହିଁ।

ଏପରିସ୍ଥଳେ, େକଉଁ ସ୍ବାର୍ଥରେ ଏତେ ପରିମାଣର ବୃକ୍ଷରାଜି ଥିବା ଜଙ୍ଗଲ ଜମିକୁ ଶିଳ୍ପ ପାଇଁ ପ୍ରଶାସନ େଟକିଦେଲା, ଅଧିକାରୀମାନେ ଏ େନଇ ସରଜମିନ ତଦନ୍ତ କରିଥିେଲ କି ନାହିଁ, ତାହା ଅନୁସନ୍ଧାନ ସାେପକ୍ଷ। କାରଣ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟା ଘଟଣାକୁ ନିେରଖି େଦଖିଲେ, ଜଣାପଡୁଛି େଯ ଏହି ସଂସ୍ଥା ପାଇଁ ଅଧିକାରୀମାେନ ମାତ୍ରାଧିକ ଉତ୍ସାହ େଦଖାଇଛନ୍ତି। ସବୁଠାରୁ ସାଂଘାତିକ କଥା େହଲା, କଂପାନିକୁ ଦିଆଯାଇଥିବା ୧୨.୮୬ ଏକର ଜମି ମଧ୍ୟରୁ ୧୦.୫୯ ଏକର ଜମିରେ ଜଙ୍ଗଲ ରହିଛି। ବିଭାଗର ଜଣେ ଅଧିକାରୀ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୨୬୫୮ଟି ଗଛ ରହିଛି। େସ ମଧ୍ୟରୁ ୯୬୦ଟି ଗଛ କାଟିବା ଲାଗି ସ୍ଥିର େହାଇଥିଲା। ୫ଶହରୁ ଅଧିକ ଗଛ କଟାଯାଇଛି।

େଖାଳତାଡ଼ େବଳେ ଜଣାପଡିଛି େଯ ସଂପୃକ୍ତ ୬୨.୭୯ ଏକର ଅଞ୍ଚଳକୁ ଗତ ଅକ୍ଟୋବର ୨୫ ତାରିଖରେ ଶିଳ୍ପାଞ୍ଚଳ େବାଲି େଘାଷଣା କରାଯାଇଛି। େହଲେ ଏହି ନିେର୍ଦଶ ପାଇବା ଆଗରୁ କିନ୍ତୁ ଝିଙ୍କରଗଡି ଜଙ୍ଗଲରୁ ଗଛ କାଟିବା ପାଇଁ ଡିଏଫ୍‌ଓ ଅନୁମତି େଦଇଛନ୍ତି। ୧୭ ତାରିଖରେ ରାଜ୍ୟ ବନ ଉନ୍ନୟନ ନିଗମ ଏହି ଗଛ କାଟିଛି ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ସହଯୋଗ େଦଇଛନ୍ତି। ଏେତ ବଡ଼ ଜଙ୍ଗଲ, ଯେଉଁଥିେର ଶାଳ ଭଳି ଦୁର୍ମୂଲ୍ୟ ଗଛ ରହିଛି, ଔଷଧୀୟ ବୃକ୍ଷ ଆଦି ସ୍ଥାନୀୟ େଲାକ ଲଗାଇଛନ୍ତି, ବିନା ଅନୁଧ୍ୟାନରେ, େସମାନଙ୍କ ସହିତ ଆେଲାଚନା ନ କରି ପ୍ରଶାସନ କିଭଳି ଏହାକୁ କାଟିେଦବାକୁ ଚିନ୍ତାକଲା, ଅଧିକାରୀମାେନ କାହା ସ୍ବାର୍ଥକୁ ଅଗ୍ରାଧିକାର େଦଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କଲାଣି।

ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ କିନ୍ତୁ ନିଜ ମୁଣ୍ଡକୁ େଦାଷ େନବାକୁ ନାରାଜ। ବରଂ ସବୁ େଦାଷ ଜଙ୍ଗଲ ଓ ଇଡ୍‌କୋ କର୍ତୃପକ୍ଷଙ୍କ ଆଡକୁ େଠଲି େଦଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ଜିଲ୍ଲା ପ୍ରଶାସନ ଜମି ଇଡକୋକୁ େଦଇଛନ୍ତି। ଇଡକୋ ବଟଲିଂ ପ୍ଲାଣ୍ଟ ପାଇଁ ଜମି ଆବଣ୍ଟନ କରିଛି, ଗଛ କାଟିବା ଲାଗି ଅନୁମତି େଲାଡିଛି। ଏଭଳି ପରିସ୍ଥିତିରେ େସମାନଙ୍କର କିଛି ଭୂମିକା ନାହିଁ। ପ୍ରଶାସନର ଏଭଳି ଯୁକ୍ତି କିନ୍ତୁ କାହାକୁ ସନ୍ତୁଷ୍ଟ କରିପାରିନାହିଁ। େକନ୍ଦ୍ର ସରକାରଙ୍କ ଅନୁମତିି ନିଆଯାଇନାହିଁଁ, େକବଳ ପ୍ରଦୂଷଣ ବିଭାଗ ଅନୁମତି େଦଇଛି। ସାଧାରଣ େଲାେକ ୨୦୧୬ ମସିହାରୁ ପ୍ରଶାସନ ପାଖରେ ଆପତ୍ତି କରି ଆସୁଛନ୍ତି। ଏପରିସ୍ଥଳେ ଜିଲ୍ଲା ପ୍ରଶାସନ ଏକତରଫା ନିଷ୍ପତ୍ତି େନଲେ େକମିତି?

ସମ୍ବନ୍ଧିତ ଖବର