ଢେଙ୍କାନାଳ ଜିଲ୍ଲାପାଳ ଅସୁସ୍ଥ, ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳ : ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଅସୁସ୍ଥ ହୋଇ ଆଜି କଟକସ୍ଥିତ ଅଶ୍ୱିନୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ଜିଲ୍ଲାପାଳ ଶ୍ରୀ ବେହେରା ଆଜି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବାବେଳେ ତାଙ୍କ ଛାତିରେ ଇନ୍‌ଫେକସନ୍ ରହିଥିବା ଜଣାପଡ଼ିଥିଲା। ତାଙ୍କୁ ପ୍ରାରମ୍ଭିକ ଚିକିତ୍ସା କରାଯିବା ପରେ କଟକ ସ୍ଥିତ ଅଶ୍ୱିନୀ ହସ୍‌ପିଟାଲ୍‌କୁ ପଠାଯାଇଛି।

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ରଙ୍କୁ ପଚାରିବାରେ ସେ କହି‌ଲେ, ଜିଲ୍ଲାପାଳଙ୍କର ଆର୍‌ଟିପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ସେ ଦୁଇଟିଯାକ ଟିକା ମଧ୍ୟ ନେଇସାରିଛନ୍ତି। ତାଙ୍କର ଛାତିରେ ସାମାନ୍ୟ ସଂକ୍ରମଣ ଥିବା ଜଣାପଡିଥିଲା। ଏଥିପାଇଁ ଆଜି ପୂର୍ବାହ୍ଣ ୧୨ ଟା ସମୟରେ ତାଙ୍କୁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର