ଢ଼େଙ୍କାନାଳ: ଢ଼େଙ୍କାନାଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ ଶନିବାର ସାତ ହାତୀଙ୍କ ଜୀବନ ଯିବା ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ସହ ନେବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ଘଟଣାସ୍ଥଳକୁ ବାହାରିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ ଢେଙ୍କାନାଳ କମଳାଙ୍ଗ ଗାଁକୁ ଗସ୍ତ କରିଛନ୍ତି । ଏହି ଟିମ ହାତୀ ମୃତ୍ୟୁ ଘଟଣା ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।
ଉଲ୍ଲେଖଯୋଗ୍ୟ, ଢେଙ୍କାନାଳ କମଳାଙ୍ଗଠାରେ ଗତକାଲି ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟିଥିଲା । ଏହା ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଶକ୍ତି ଏବଂ ଜଙ୍ଗଲ ବିଭାଗ ୬ ଜଣ ଅଧିକାରୀଙ୍କୁ ସସପେଣ୍ଡ ଓ ଜଣେ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି।
ଚାକିରିରୁ ବହିଷ୍କୃତ ହୋଇଥିବା ଅଧିକାରୀ ହେଲେ ମେରାମଣ୍ଡଳୀ ଜେଇ ସଂଜୟ ସ୍ୱାଇଁ। ସେହିପରି ସେସୁର ସୁପରିଟେଣ୍ଡେଂଟ୍ ଇଂଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତତ୍ରାଣ ନାୟକ, ମେରାମଣ୍ଡଳୀ ଲାଇନମ୍ୟାନ୍ ଫିରୋଜ ପଣ୍ଡା, ସଦର ରେଂଜର ପ୍ରସନ୍ନ କୁମାର ବିଶ୍ୱାଳ, ମେରାମଣ୍ଡଳୀ ସେସନ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟଗାର୍ଡ ଗିରିଶ ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Elephants.jpg)