ଢେଙ୍କାନାଳ: ଚଳିତ ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକସଭା ଆସନକୁ ବିଜେପି ଅକ୍ତିଆର କରିଛି। ଲଗାତାର ଗତ ୪ଟି ନିର୍ବାଚନରେ ଏହି ଆସନ ବିଜେଡି ହାତରେ ରହିଥିବା ବେଳେ ଚଳିତଥର ବିଜେପି ତାହାକୁ ଛଡ଼େଇ ଆଣିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚନା ଅନୁୟାୟୀ, ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିଥିଲେ।  ବିଜେଡି ପ୍ରାର୍ଥୀ ଅବିନାଶ ସାମଲ ଏବଂ ବିଜେପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ବିଜେପିର ରୁଦ୍ର ନାରାୟଣ ପାଣି ୫, ୯୮,୭୨୧ (୫୦.୨୪%) ଭୋଟ ପାଇଥିବାବେଳେ ବିଜେଡିର ଡା. ଅବିନାଶ ସାମଲ ୫,୨୨,୧୫୪ (୪୩.୮୨%) ଭୋଟ ପାଇଛନ୍ତି। କଂଗ୍ରେସର ସସ୍ମିତା ବେହେରା ୩୪,୭୩୦ ଭୋଟ (୨.୯୧%), ଉତ୍କଳ ସମାଜର ସ୍ୱପ୍ନାରାଣୀ ଜେମ୍ସ ୧୬୦୮ଖଣ୍ଡ, ବହୁଜନ ସମାଜ ପାର୍ଟିରୁ ପ୍ରଫୁଲ୍ଲ କୁମାର ନାଏକ ୪୮୯୫,  ସୋସିଆଲିଷ୍ଟ ୟୁନିଟ୍‌ ସେଣ୍ଟର୍‌ ଅଫ ଇଣ୍ଡିଆର ମାନସୀ ସ୍ୱାଇଁ ୩୩୮୪,  ସ୍ୱାଧୀନ ପ୍ରାର୍ଥୀ ମହେଶ୍ୱର ସାହୁ ୪୬୨୯, ପ୍ରିୟବ୍ରତ ଗଡ଼ନାୟକ ୨୯୦୯, କୈଳାସ ଚନ୍ଦ୍ର ପ୍ରଧାନ ୨୨୧୩, ଜନାର୍ଦ୍ଦନ ନାଏକ ୨୬୫୩ ଖଣ୍ଡ ଭୋଟ ପାଇଛନ୍ତି। ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀରେ ୧୧ଲକ୍ଷ ୯୧ ହଜାର ୬୭୩ ମତଦାନ ହୋଇଥିବା ବେଳେ ସେଥିରୁ ୭୬୪୦ ପୋଷ୍ଟାଲ୍‌ ବାଲଟ୍‌ ରହିଛି ଏବଂ ୧୩୭୭୭ ନୋଟାରେ ପଡ଼ିଛି।

Advertisment

ବିଜେପି  ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦୮୫୫୧ ଭୋଟ ପାଇଥିବା ବେଳେ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୯୬୬୯୮ ଭୋଟ, କାମାକ୍ଷାଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୮୫୨୩୩ ଭୋଟ, ପର୍ଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ ୯୮୫୭୩ ଭୋଟ, ପାଳଲହଡ଼ା‌ ବିଧାନସଭା ନିର୍ବାଚନମଣ୍ଡଳୀରୁ ୭୨୫୩୦ ଭୋଟ, ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରୁ ୪୭,୪୮୭ ଭୋଟ, ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରୁ  ୮୪,୮୩୫  ଭୋଟ ଏବଂ  ୪୮୧୪ ଖଣ୍ଡ ପୋଷ୍ଟାଲ ବାଲଟ୍‌ ଭୋଟକୁ ମିଶାଇ ମୋଟ ୫ ଲକ୍ଷ ୯୮ ହଜାର ୭୨୧ ଭୋଟ ପାଇଛନ୍ତି।
ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେଡି ପ୍ରାର୍ଥୀ ଅବିନାଶ ସାମଲ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ  ୮୨୨୯୮ ଭୋଟ ପାଇଥିବା ବେଳେ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୮୬୫୭୯ ଭୋଟ, କାମାକ୍ଷାଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୭୫୦୭୬  ଭୋଟ, ପର୍ଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ  ୬୮୮୪୧ ଭୋଟ, ପାଳଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ୬୨୯୪୯ ଭୋଟ ପାଇଥିବା ବେଳେ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରୁ ୪୬୪୯୭ ଭୋଟ, ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରୁ  ୭୪୯୦୪ ଭୋଟ ଏବଂ  ୨୦୧୦ ଖଣ୍ଡ ପୋଷ୍ଟାଲ୍‌ ବାଲଟ୍‌ ଭୋଟକୁ ମିଶାଇ ସମୁଦାୟ ୫ ଲକ୍ଷ ୨୨ ହଜାର୧୫୪ ଖଣ୍ଡ ଭୋଟ ପାଇଛନ୍ତି।

କଂଗ୍ରେସର ସସ୍ମିତା ବେହେରା ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୪୪୨୦  ଭୋଟ ପାଇଥିବା ବେଳେ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ  ୪୯୫୭ ଭୋଟ, କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୮୭୮ ଭୋଟ, ପର୍ଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ  ୨୮୫୨ ଭୋଟ, ପାଳଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ୫୮୭୨ ଭୋଟ, ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରୁ ୬୭୮୦ ଭୋଟ, ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୬୨୯୩ ଭୋଟ ଏବଂ ୬୭୮ ଖଣ୍ଡ ପୋଷ୍ଟାଲ୍‌ ବାଲଟ୍‌ ମିଶାଇ  ମୋଟ ୩୪ ହଜାର ୭୩୦ ଖଣ୍ଡ ଭୋଟ ପାଇଛନ୍ତି। ଗତ ନିର୍ବାଚନଗୁଡ଼ିକ ଅପେକ୍ଷା ଚଳିତଥର ନୋଟାରେ ସର୍ବାଧିକ ଭୋଟ ପଡ଼ିଛି। ବିଭିନ୍ନ ମତଦାତା କୌଣସି ଦଳର ମନପସନ୍ଦର ପ୍ରାର୍ଥୀଙ୍କୁ ନ ପାଇ ନୋଟାକୁ ବାଛିଛନ୍ତି।  ବିଜେପିର ବାଜିମାତ ପାଇଁ ଅନ୍ୟାନ କାରଣଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଓଡ଼ିଆର ଅସ୍ମିତା ଓ ସ୍ୱାଭିମାନ ଥିବା କୁହାଯାଉଛି। ଓଡ଼ିଆର ଅସ୍ମିତା ଓ ସ୍ୱାଭିମାନ ଉପରେ କୁଠାରାଘାତକୁ ଲୋକେ ବରଦାସ୍ତ କରି ନ ପାରି ବିରୋଧୀ ଦଳକୁ ଶାସନ ଡୋରୀ ଟେକି ଦେଇଥିବା ସାଧାରଣରେ ଆଲୋଚନା ହେଉଛି।