ତାଳଚେର : ଢେଙ୍କନାଳ ସାଂସଦ ମହେଶ ସାହୁ ଗତ ୨୫ ତାରିଖରେ ଲୋକସଭାର ଶୂନ୍ୟକାଳରେ ଭରତପୁର କୋଇଲା ଖଣିରେ ଦୁର୍ଘଟଣା ପ୍ରସଙ୍ଗ ଉଠାଇଥିଲେ। ତୁରନ୍ତ ମାଟି ଗଦା ତଳେ ଫସିଥିବା ଶ୍ରମିକଙ୍କୁ ବାହାର କରିବା ଓ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ଉଚିତ ସୁରକ୍ଷା ଦାବି କରି ସାଂସଦ ଶ୍ରୀ ସାହୁ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ବ୍ୟତୀତ ସାଂସଦ ଶ୍ରୀ ସାହୁ ଗତକାଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଜି ଅପରାହ୍ଣରେ ସାଂସଦ ଶ୍ରୀ ସାହୁ ଭରତପୁର କୋଇଲା ଖଣି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଉଦ୍ଧାର କାର୍ଯ୍ୟ ସଂପର୍କରେ ଉଦ୍ଧାରକାରୀ ଦଳ, ଖଣି ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସାଂସଦ ଶ୍ରୀ ସାହୁ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ତାଙ୍କ ଗସ୍ତ ବେଳେ ବିଧାୟକ ବ୍ରଜକଶୋର ପ୍ରଧାନ ଉପସ୍ଥିତ ଥିଲେ।
କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)