ଢେଙ୍କାନାଳ : ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ)ଙ୍କଠାରୁ ଦୁର୍ନୀତି କଳଙ୍କ ଛାଡ଼ୁନି। ପୂର୍ବତନ ଆର୍ଟିଓ ବସନ୍ତ ବେହେରା ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ। ଏହାର ୬ ମାସ ନଯାଉଣୁ ସମାନ ଅଭିଯୋଗରେ ଢେଙ୍କାନାଳର ନୂଆ ଆର୍ଟିଓ ଦିବାକର ସିଂଙ୍କ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଆଜି ଚଢ଼ଉ କରାଯାଇଛି। ତାଙ୍କର କୋଟିଏ ୬୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଆୟ ବହିର୍ଭୂତ ସଂପତ୍ତି ଠାବ କରାଯାଇଥିବା ଭିଜିଲାନ୍ସଠାରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଦିବାକର ସି˚ ଗତ ଅଗଷ୍ଟ ୯ ତାରିଖରେ ଢେଙ୍କାନାଳ ଆର୍ଟିଓ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଆୟବହିର୍ଭୂତ ସ˚ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭୁବନେଶ୍ବର ଭିଜିଲାନ୍ସ ଏସ୍ପି ସୁଧା ସି˚ଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଟିମ୍ ତାଙ୍କ ଭଡ଼ାଘରେ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ। ଏଥିସହ ଶ୍ରୀ ସିଂଙ୍କର ଭୁବନେଶ୍ବର ଘର, ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ପୈତୃକ ଘର ଏବ˚ ବାଲେଶ୍ବରସ୍ଥିତ ନିଜ ଘର ଉପରେ ଏକକାଳୀନ ଚଢ଼ଉ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ଶ୍ରୀ ତାଙ୍କର ୧କୋଟି ୬୭ ଲକ୍ଷ ୪୧ ହଜାର ୧୨୯ ଟଙ୍କା ଆୟ ବହିର୍ଭୂତ ସ˚ପତି ଠାବ କରାଯାଇଛି।
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍ଟିଓ : କୋଟିଏ ୬୭ ଲକ୍ଷର ସ˚ପତ୍ତି ଠାବ
/sambad/media/post_attachments/wp-content/uploads/2018/12/Vigilance-jala-re.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)