ଢେଙ୍କାନାଳ ସେଲ୍‌ଟର ହୋମ୍‌ରେ ଯୌନ ନିର୍ଯାତାନା ଘଟଣା : ହାଇକୋର୍ଟରେ ଜାମିନ ଖାରଜ

କଟକ : ଢେଙ୍କାନାଳ ବେଲଟିକିରି ଘଟଣାର ଅଭିଯୁକ୍ତ ସୀମାଞ୍ଚଳ ନାଏକଙ୍କ ଗୋଟିଏ ଜାମିନ ଆବେଦନ ଖାରଜ ହୋଇଛି। ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୀମାଞ୍ଚଳଙ୍କ ଗୋଟିଏ ଜାମିନ ଆବେଦନ ଖାରଜ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କର ଅନ୍ୟ ଏକ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ଗୁଡ ନିୟୁଜ ଇଣ୍ତିଆ ଡ୍ରିମସ୍ ସେଣ୍ଟର ପକ୍ଷରୁ ପରିଚାଳିତ ଏହି ସେଲଟର ହୋମ ବା ଶିଶୁ ଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଡିସେମ୍ବର ୧ରେ ଗିରଫ କରିଥିଲା। ସେ ସେଲଟର ହୋମ୍‌ର ପରିଚାଳନା ଦାୟତ୍ବରେ ଥିଲେ। ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରିଥିଲେ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଫାୟାଜ ‌େରହେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର