ସେଲଟର୍ ହୋମ୍‌ରେ ଶିଶୁ ନିର୍ଯାତନା ମାମଲା, ପୁଣି ହାଇକୋର୍ଟରେ ଫୟାଜ ରେହେମାନଙ୍କ ଜାମିନ ଆବେଦନ

କଟକ : ଢେଙ୍କାନାଳ ବେଲଟିକିରି ଘଟଣାର ମୁଖ୍ୟ ଅଭିଯୁକ୍ତ ଫୟାଜ ‌େରହେମାନଙ୍କ ଜାମିନ ଆବେଦନର ହାଇକୋର୍ଟ ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଫୟାଜଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି। ପୂର୍ବରୁ ହାଇକୋର୍ଟରେ ୨୦୧୯, ଫେବ୍ରୁଆରି ୨୨ରେ ଫୟାଜଙ୍କ ଜାମିନ ଖାରଜ ହୋଇଥିବା ବେଳେ ସେ ପୁଣିଥରେ ଏଥି ପାଇଁ ଆବେଦନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗୁଡ ନିୟୁଜ ଇଣ୍ତିଆ ଡ୍ରିମସ୍ ସେଣ୍ଟର ପକ୍ଷରୁ ପରିଚାଳିତ ଏହି ସେଲଟର ହୋମ ବା ଶିଶୁ ଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏତଲା ଦାୟର ହେବା ପରେ ଅନୁଷ୍ଠାନ ଅଧ୍ୟକ୍ଷ ଫୟାଜଙ୍କୁ ଗିରଫ କରାଯାଇଥିଲା। ଶିଶୁ ନିର୍ଯାତନା ମାମଲାର ତଦନ୍ତ କରି ପୁଲିସ ଆଇପିସିର ଦଫା ୩୫୪-ଏ, ୩୪୧, ୩୨୩, ୨୯୪, ୫୦୬, ପୋକ୍‌ସୋ ଆଇନର ଧାରା ୧୨ ଓ ଜୁଭେନାଇଲ ଜଷ୍ଟିସ(କେୟାର ଆଣ୍ଡ୍ ପ୍ରୋଟେକ୍ସନ୍) ଆକ୍ତଟ, ୨୦୧୫ର ଧାରା ୪୨ରେ ୨୦୧୯, ଜାନୁଆରି ୨୮ରେ ଚାର୍ଜସିଟ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର