ଘରମାଲିକଙ୍କ ସ୍ତ୍ରୀ ଓ ଭଡ଼ାଟିଆ ପରସ୍ପରକୁ ପନିକିରେ ଆକ୍ରମଣ କରି ଉଭୟେ ଗୁରୁତର, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଢେଙ୍କାନାଳ: ଢେଙ୍କାନାଳ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦୁଇଜଣ ପରସ୍ପରକୁ ପନିକିରେ ଆକ୍ରମଣ କରି ଗୁରୁତର ହୋଇଛନ୍ତି। ଏହାପରେ ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଢେଙ୍କାନାଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳର ନୂଆ ଶାସନରେ ଘରମାଲିକଙ୍କ ସ୍ତ୍ରୀ ଲିପିକା ନାୟକ ଓ ଭଡ଼ାଟିଆ କୃଷ୍ଣଚନ୍ଦ୍ର ହୋତାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହାପରେ ଉଭୟେ ଉତକ୍ଷିପ୍ତ ହୋଇ ଘର ଭିତରୁ  ପନିକି ଧରି ଆସିଥିଲେ। ତାପରେ ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଲିପିକା ନାୟକ ଓ କୃଷ୍ଣଚନ୍ଦ୍ର ହୋତା ଗୁରୁତର ଆହତ ହୋଇଥିଲେ

। ଉଭୟଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଘଟଣା ଗତକାଲି ସନ୍ଧ୍ୟା ସମୟରେ ଘଟିଥିଲା। ଖବର ପାଇ ଟାଉନ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର