ହାତୀ-ମଣିଷ ଲଢ଼େଇ : ‌ଢେଙ୍କାନାଳରେ ସର୍ବାଧିକ

ଅନୁଗୁଳ : ଜଂଗଲ କମୁଛି। ମଣିଷ ଜଂଗଲ ନଷ୍ଟ କରୁଥିବା ‌ବେଳେ ହାତୀ ଏବେ ଖାଦ୍ୟ ଅ‌େନ୍ବଷଣରେ ଜନବସତି ‌ମୁହାଁ ହେଉଛି। ହାତୀ ଦାଉରୁ ଫସଲ ବଞ୍ଚାଇବା ପାଇଁ ଚାଷୀମା‌େନ ବିଭିନ୍ନ ଉପାୟ କରୁଛନ୍ତି। ଦାନ୍ତପାଇଁ ଶିକାରୀମାନେ ପୁଣି ରାଜ୍ୟ ଦନ୍ତା ଶିକାର କରିବାରେ ଲାଗିଛନ୍ତି। ଦେଶରେ ଅନ୍ୟ କେତେକ ଅଂଚଳର ଭଳି ଓଡ଼ିଶାରେ ମଧ୍ୟ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି। ଏହି ହାତୀ ଓ ମଣିଷ ଲଢ଼େଇ କ୍ଷେତ୍ରରେ ଅଘଟଣ ଦୃଷ୍ଟିରୁ ଢେଙ୍କାନାଳର ସ୍ଥାନ ରାଜ୍ୟରେ ପ୍ରଥମ ସ୍ଥାନ ଥିବା ବେଳେ ସୁନ୍ଦରଗଡ଼ ଦ୍ବିତୀୟ ଓ ଅନୁଗୁଳ ତୃତୀୟ ସ୍ଥାନରେ ରହିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ‌ଢେଙ୍କାନାଳ ଜିଲ୍ଲାରେ ଏପର୍ଯ୍ୟନ୍ତ ବିଭିନ୍ନ କାରଣରୁ ୬୭ଟି ହାତୀ ମଲେଣି। ଠିକ୍ ସେହିପରି ହାତୀ ଆକ୍ରମଣରେ ୭୫ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୮୨ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଅବଧି ମଧ୍ୟରେ ୨୨ଟି ହାତୀ ଓ ୭୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨୩ଜଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହି ଲଢ଼େଇର ତୃତୀୟ ସ୍ଥାନରେ ରହିଛି ଅନୁଗୁଳ ଜିଲ୍ଲା। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ଅନୁଗୁଳ ବନଖଣ୍ଡ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୨୦୧୪ରୁ ଏପର୍ଯ୍ୟନ୍ତ ହାତୀମାନେ ୩୭ ଜଣଙ୍କ ଜୀବନ ନେଇଛନ୍ତି। ଆଉ ୧୫ ଜଣ ଗୁରୁତର ଆହତ ହୋଇ ମୃତ୍ୟୁ ମୁଖରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏଥିରୁ ୨୦୧୪-୧୫ରେ ୪ଟି ହାତୀ ଓ ୫ ଜଣ ଲୋକ, ୨୦୧୫-୧୬ରେ ୭ଖଟି ହାତୀ ଓ ୧୦ ଜଣ ଲୋକ, ୨୦୧୬-୧୭ରେ ୯ଟି ହାତୀ ଓ ୧୨ ଜଣ ଲୋକ, ୨୦୧୭-୧୮ରେ ୯ଟି ହାତୀ ଓ ୧୫ ଜଣ ଲୋକ ଏବଂ ଚଳିତ ବର୍ଷ ପର୍ଯ୍ୟନ୍ତ ୮ଟି ହାତୀ ଓ ୩ଜଣ ଲୋକଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅପରପକ୍ଷରେ ୨୦୧୨ ହାତୀ ଗଣନା ଅନୁସାରେ, ଅନୁଗୁଳ ଜିଲ୍ଲାର ଏହି ୩ ବନଖଣ୍ଡରେ ହାତୀ ସଂଖ୍ୟା ୩୧୩ ଥିବା ବେଳେ ୨୦୧୭ ହାତୀ ଗଣନା ବେଳକୁ ଏହା ୨୫୧କୁ ଖସି ଆସିଛି। ୨୦୧୨ରେ ଅନୁଗୁଳ ବନଖଣ୍ଡରେ ୫୬, ଆଠମଲ୍ଲିକ ବନଖଣ୍ଡରେ ୨୮ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୨୨୯ଟି ହାତୀ ଥିଲେ। ୨୦୧୭ ଗଣନା ବେଳେ କିନ୍ତୁ ଅନୁଗୁଳ ବନଖଣ୍ଡରେ ୪୫ଟି, ଆଠମଲ୍ଲିକ ବନଖଣ୍ଡରେ ୫୯ଟି ଏବଂ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୧୪୭ଟି ହାତୀ ରହିଥିବା ଜଣାପଡ଼ିଥିଲା। କାଠମାଫିଆ ସକ୍ରିୟ ରହିବା ଯୋଗୁଁ ଏବେ ଜଂଗଲ ଧ୍ବଂସ ହେବାରେ ଲାଗିଛି। ଏପଟେ ଖାଦ୍ୟ ଅନ୍ବେ‌‌‌ଷଣ ଯୋଗୁଁ ହାତୀମାନେ ଜନବସତି ଆଡ଼କୁ ଆସୁଛନ୍ତି। ଧାନ ଓ ପନପରିବା ଫସଲ ଖାଇବା ସହ ନଷ୍ଟ ମଧ୍ୟ କରୁଛନ୍ତି। ଅନୁଗୁଳର ବନ୍ତଳା ଓ ଅନୁଗୁଳ ବନ ରେଂଜ ଅଂଚଳରେ ଏହି ଘଟଣା ବେଶୀ ଘଟୁଛି। ଅନେକ ସମୟରେ ହାତୀ ଜଂଗଲ ପାଖ ଗାଁକୁ ଆସି ଘରଦ୍ବାର ଭାଂଗି ଦେଉଛନ୍ତି। ଘରେ ଶୋଇଥିବା ଲୋକଙ୍କୁ ଦଳି ମାରିବାର ବି ନଜିର ରହିଛି। ଏପରିକି ରାତ୍ରିରେ ଶୌଚ ପାଇଁ ବାହାରିଥିବା, ଜଂଗଲକ୍ୁ ଜାଳେଣି କିମ୍ବା ବନ୍ୟଜାତ ସଂଗ୍ରହ ପାଇଁ ଯାଇଥିବା ଲୋ‌କଙ୍କୁ ବି ହାତୀ ଆକ୍ରମଣର ଶିକାର ହେବାକୁ ପଡ଼ୁଛି। ସାତକୋଶିଆ ଅଂଚଳରେ ବାଘୁଣୀ ‘ସୁନ୍ଦରୀ’ ଭୟରେ ଲୋକେ ଆଉ ରାତିରେ ଫସଲ ଜଗିବା ପାଇଁ ଯାଉ ନାହାନ୍ତି। ଫଳରେ ହାତୀ ଏବେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।

ସମ୍ବନ୍ଧିତ ଖବର