ଭୁବନ : ଦେଶରେ ଗୌରବ ବଢାଇଛନ୍ତି ଢେଙ୍କାନାଳ ଝିଅ ଡକ୍ଟର ଲିନାଶ୍ରୀ ଦଳବେହେରା। ତିନି ଜଣ ମହିଳା ଭୂ-ତତ୍ତ୍ୱ ବିଜ୍ଞାନୀଙ୍କ ସହ ମିଶି କେବଳ ଭାରତର ଉତ୍ତର ପୂର୍ବ ରାଜ୍ୟ ମେଘାଳୟ ପାହାଡ଼ରୁ ଡାଇନୋସରମାନଙ୍କର ଜୀବାସ୍ମ ହାଡ଼ ଠାବ କରି ନାହାନ୍ତି, ବରଂ ଶହେ ମିଲିୟନ ବର୍ଷ ତଳେ ଏ ବିରାଟକାୟ ପ୍ରାଣୀ ଯେ ମେଘାଳୟରେ ରହୁଥିଲା ତାହା ମଧ୍ୟ ପ୍ରମାଣିତ କରିଛନ୍ତି।
ଲିନାଶ୍ରୀଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ୱାର୍ଡ ନମ୍ବର ୫ ସେନସାହିରେ। ବାପା ଇଂ ଇଶ୍ବର ଚନ୍ଦ୍ର ବେହେରା ଓ ମା କବି ତୁଳସୀରାଣିଙ୍କ ସେ ସାନଝିଅ ଅଟନ୍ତି । ସେ ୧୯୯୫ ମସିହାରେ ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ପାସ କରିଥିଲେ । ପରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢିଥିଲେ। କେନ୍ଦୁଝର ଜିଲ୍ଲା ଧରଣୀଧର ମହାବିଦ୍ୟାଳୟରେ ସେ ଭୂ-ତତ୍ବ ବିଜ୍ଞାନରେ ସ୍ନାତକ ହାସଲ ପରେ ବାଣୀ ବିହାରରେ ସ୍ମାତକୋତର କରିଥିଲେ। ପରେ ଆଇଆଇଟି ଖଡ଼ଗପୁରରୁ ପିଏଚଡି ହାସଲ କରି ଜିଓଲୋଜିକଲ ସର୍ଭେ ଅଫ ଇଣ୍ଡିଆ ରେ ଭୂ-ତତ୍ବବିତ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ତାଳଚେର ହନୁମାନପଡାର ସୁବ୍ରତ କୁମାର ଦାସଙ୍କୁ ସେ ବିବାହ କରିଛନ୍ତି। ତାଙ୍କ ସ୍ୱାମୀ ମଧ୍ୟ ପଦାର୍ଥ ବିଜ୍ଞାନରେ ରିସର୍ଚ୍ଚ କରୁଥିବା ଜଣାପଡିଛି।
କିଛି ବର୍ଷ ତଳେ ମେଘାଳୟରେ ଡାଇନୋସର ର ଅବସ୍ଥିତି ବୈଜ୍ଞାନିକଙ୍କୁ ପ୍ରମାଣ ମିଳିଥିଲା ୨୦୧୯ମସିହାରେ। ତିନି ଜଣ ମହିଳା ଭୂ-ତତ୍ୱ ବିଜ୍ଞାନୀ ମେଘାଳୟ ପାହାଡ଼ ଚଢି ଡାଇନୋସର ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଯାହା ସଫଳ ହୋଇଛି। ମେଘାଳୟର ଖାସି ହିଲ ପର୍ବତମାଳାରୁ ଡାଇନୋସରଙ୍କର ୨୫ଟି ଜୀବାସ୍ମ ଠାବ ହୋଇଥିବା ଲିନାଶ୍ରୀ ଗଣମାଧ୍ୟମକୁ କହିଛନ୍ତି। ଡାଇନୋସରଙ୍କ ହାଡ଼ ପରୀକ୍ଷାରୁ ଏହା ପ୍ରାୟ ୧୦କୋଟି ବର୍ଷ ତଳର ବୋଲି କୁହାଯାଉଛି।
ଏହି ଡାଇନୋସରମାନେ ପୃଥିବୀ ପୃଷ୍ଠରେ ରହୁଥିଲେ। ପୃଥିବୀ ଏକ କ୍ଷୁଦ୍ର ଗ୍ରହ ସଂସ୍ପର୍ଶରେ ଆସିବା ପରେ ପୃଥିବୀର ବାୟୁମଣ୍ଡଳ ବିଷାକ୍ତ ହୋଇଥିଲା। ଏହି କାରଣରୁ ପୃଥିବୀର ପ୍ରାୟ ୭୫ପ୍ରତିଶତ ଜୀବ ଲୋପ ପାଇଯାଇଥିଲେ। ଯେଉଁଥିରେ ଡାଇନୋସର ଥିଲା ବୋଲି ଲିନାଶ୍ରୀ ଗଣମାଧ୍ୟମକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/dhenkanal.jpg)