ଘଟଗାଁ: ଢେଙ୍କିକୋଟ ୮ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଅନାଦି ସିଂଙ୍କ ଆକସ୍ମିକ ଆଜି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସରପଞ୍ଚ ଅନାଦି ସିଂହ (୫୯) ଏଥର ୮ ନମ୍ବର ଜୋନ୍‌ ପାଇଁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କରିଥିଲା।  ସେ ଜ୍ଗରରେ ପୀଡିତ ଥିବାରୁ ତାଙ୍କୁ ଗତକାଲି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କାଲି ରାତିରେ ସେ ସୁସ୍ଥ ଥିଲେ। ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆଜି ସକାଳୁ ମଧ୍ୟ ତାଙ୍କ ଶରୀର ସୁସ୍ଥ ଥିଲା ଓ ସେ କିଛି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। କିନ୍ତୁ ଆଜି ଦିନ ୧୨ଟା ବେଳକୁ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ପରେ ଅନାଦିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଶ୍ରୀ ସିଂହଙ୍କ ମୃତ୍ୟୁକୁ ନେଇ କେନ୍ଦୁଝର ବିଜେଡି ମହଲରେ ଶୋକର ଛାୟା ଖେଳି ଯାଇଛି। ତେବେ ନିର୍ବାଚନକୁ ଆଉ କେଇଟା ଦିନ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ ବିଜେଡି ପାଇଁ ଦୁଃଖ ଦୁଇଗୁଣା କରି ଦେଇଛି । ତେବେ ସେହି ଜୋନରୁ ବିଜେଡି ଆଉ କାହାକୁ ଟିକେଟ ଦେବ ସନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ସୂଚନାଯୋଗ୍ୟ,  ସ୍ବର୍ଗତ ଶ୍ରୀ ସିଂହ ସାନ୍ତରାପୁର ପଞ୍ଚାୟତରୁ ପୂର୍ବରୁ ସମିତି ସଭ୍ୟ ମଧ୍ୟ ହୋଇଥିଲେ। ଢେଙ୍କିକୋଟ ଟସର ସମବାୟ ସମିତିର ୨ ଥର ସଭାପତି ଥିଲେ।  ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଢେଙ୍କିକୋଟ୍‌ରେ ଆସନ୍ତା ଫେବ୍ରୁଆରି ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ ହେବ। ତେବେ ପାର୍ଥି ଅନାଦି ସିଂହଙ୍କ ପରଲୋକ ଯୋଗୁ କେବଳ ଜିଲ୍ଲା ପରିଷଦ ନିର୍ବାଚନ ଘୁଞ୍ଚିପାରେ। ଏଠାରେ ଅନାଦି ଙ୍କ ବିରୋଧରେ କଂଗ୍ରେସରୁ ଦୟାନିଧି ନାଏକ ଏବଂ ବିଜେପିରୁ ମହେଶ୍ୱର ନାଏକ ପ୍ରାର୍ଥୀ ହୋଇଛନ୍ତି।