ଭୁବନେଶ୍ବର: ବାତ୍ୟା ‘ଫନି’ରେ ପ୍ରଭାବିତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ ସେବା ଆରମ୍ଭ ହୋଇଛି। ବାତ୍ୟାରେ ଡାଏଲିସିସ୍ ୟୁନିଟ୍ ଭାଙ୍ଗିରୁଜି ଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। ଗତକାଲି ୧୪ଜଣ ଓ ଆଜି ୨୧ଜଣ କିଡ୍ନି ରୋଗୀଙ୍କ ଡାଏଲିସିସ୍ କରାଯାଇଛି। ବାତ୍ୟାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଡାଏଲିସିସ୍ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଥିଲା। ୭ଶଯ୍ୟା ବିଶିଷ୍ଟ ଡାଏଲିସିସ୍ ୟୁନିଟ୍ ସହିତ ଆର.ଓ ପ୍ଲାଣ୍ଟ, ଦୁଇ ହଜାର ଲିଟର କ୍ଷମତା ବିଶିଷ୍ଟ ୪ଟି ପାଣି ଟାଙ୍କି ସମେତ ବିଦ୍ୟୁତ୍ ଉପକରଣ ଓ ଏସି ଆଦି ଛିନ୍ଛତ୍ର ହୋଇଯାଇଥିଲା। ଫଳରେ ପୁରୀ ଜିଲ୍ଲାରେ ବହୁ କିଡ୍ନି ରୋଗୀକୁ ଡାଏଲିସିସ୍ ନେଇ ସମସ୍ୟା ଉପୁଜିଥିଲା। ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଡାଏଲିସିସ୍ ୟୁନିଟ୍କୁ କାର୍ଯ୍ୟକ୍ଷମ କରିବା ଲାଗି ସ୍ବାସ୍ଥ୍ୟ ସଚିବ ନିର୍ଦେଶ ଦେଇଥିଲେ। ସଚିବାଙ୍କ ନିର୍ଦେଶ ପରେ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ପୁରୀ ଗସ୍ତ କରି ଡାଏଲିସିସ୍ ୟୁନିଟ୍କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ନେଇ ଏହାର ତଦାରଖ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଏ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବା ଯୋଗୁଁ ମାତ୍ର ୧୦ଦିନ ମଧ୍ୟରେ ଡାଏଲିସିସ୍ ୟୁନିଟ୍ କାର୍ଯ୍ୟକ୍ଷମ ହୋଇପାରିଛି। ଯାହାକୁ ନେଇ ପୁରୀ ଜିଲ୍ଲାର କିଡ୍ନି ରୋଗୀ ଓ ସେମାନଙ୍କ ପରିବାର ଆଶ୍ବସ୍ତି ପ୍ରକାଶ କରିଛନ୍ତି।
ପୁରୀ ଜିଲ୍ଲା ଚିକିତ୍ସାଳୟରେ ଡାଏଲିସିସ୍ ସେବା ଆରମ୍ଭ: ୨ ଦିନରେ ୨୫ କିଡ୍ନି ରୋଗୀଙ୍କ ଡାଏଲିସିସ୍
/sambad/media/post_attachments/wp-content/uploads/2019/05/Untitled-6-10.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)